Latest Odisha News

BREAKING NEWS

ଅମ୍ରିତ ପାତ୍ରଙ୍କୁ ଟଙ୍କା ପାଇଁ ଅପହରଣ କରିଥିଲେ ଗାଁର ତିନି ଯୁବକ: ଏସପି

ନୟାଗଡ: ବହୁଚର୍ଟ୍ଟିତ ନୟାଗଡ କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଅପହରଣ ପଛର ସତ ସାମ୍ନାକୁ ଆସିଛି। ଟଙ୍କା ପାଇଁ ତିନି ଜଣ ମିଶି ଏହି ଅପହରଣ ନାଟକ ରଚିଥିଲେ ବୋଲି ପୋଲିସ  ସୂଚନା ଦେଇଛି। ତିନି ଅଭିଯୁକ୍ତକୁ ପୋଲିସ ଏବେ ଗିରଫ କରିଛି। ଗାଡି ଟଙ୍କା ଆଣି ଲୋନ୍ ସୁଝିପାରିନଥିଲେ ଅଭିଯୁକ୍ତ। ଏହାପରେ ଅମ୍ରିତକୁ ଅପହରଣ କରି ଟଙ୍କା ଦାବି କରିବାକୁ ଯୋଜନା କରିଥିଲେ।

ଏହି ଘଟଣାରେ ଗିରଫ ତିନି ଅଭିଯୁକ୍ତ କୁରାଳ ଗାଁର। ଦୁଇ ଭାଇ ଦୁଇ ଭାଇ ପ୍ରାସାଦ ପଣ୍ଡା ଓ ଦର୍ଶନ ପଣ୍ଡା ଏବଂ ଅନ୍ୟ ଜଣକ ସେହି ସାହିର କଲେଜ ଛାତ୍ର ସୁନିଲ ପାଣିଗ୍ରାହୀ ବୋଲି ଏସପି ସ୍ପଷ୍ଟ କରିଛନ୍ତି। ଗିରଫ 3 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ ଘଟଣାସ୍ଥଳଳରେ ସିନ ରିକ୍ରିଏସନ କରାଇଛି। ସେହିପରି ଅପହରଣରେ ବ୍ୟବହାର ହୋଇଥିବା ଏକ ପିକଅପ ଭ୍ୟାନକୁ ଖୋର୍ଦ୍ଧାରୁ ଠାବ କରାଯାଇଥିବା ବେଳେ ତାକୁ ଜବତ କରିବା ପାଇଁ ଉଦ୍ୟମ କରୁଥିବା ପୋଲିସ କହିଛି।

ଅନ୍ୟପଟେ ଉଦ୍ଧାର ହୋଇଥିବା ନାବାଳକ ଅମ୍ରିତର 164ର ବୟାନ ରେକର୍ଡ କରାଯାଇଥିବା ବେଳେ ତାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହା ଯାଇଛି। ଏହି ଘଟଣାରେ ଆଉ କିଛି ଅପରାଧୀଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଅନୁମାନ କରୁଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ନାଟକୀୟ ଢଙ୍ଗରେ ଅମ୍ରିତ ଉଦ୍ଧାର ହୋଇଥିଲା। ସ୍ଥାନୀୟ ସରପଞ୍ଚ କହିଥିଲେ ଅମ୍ରିତ ଏକ ବନ୍ଦ ଘରେ ହାତ ଗୋଡ ବନ୍ଧା ହୋଇ ପଡିରହିଥିଲା। ସକାଳ ହେବା ମାତ୍ରେ ସେ ବିଭିନ୍ନ ପ୍ରକାର ଇସାରା ଦେବା ପରେ କେହି ଜଣେ ବନ୍ଦ ଘରେ ଥିବା ସୂଟନା ମିଳିଥିଲା। ଏହାପରେ ଅମ୍ରିତଙ୍କୁ ନିଖୋଜ ହେବାର 5 ଦିନ ପରେ ଉଦ୍ଧାର କରାଯାଇଥିଲା।

 

Comments are closed.