ନୂଆଦିଲ୍ଲୀ:ଭାରତୀୟ ଆଥଲେଟକୁ ପୁନର୍ବାର ଡୋପ କଳଙ୍କ ଛୁଇଁଛି । ବୁଧବାର ମିଳିଥିବା ରିପୋର୍ଟ ମୁତାବକ ବାସ୍କେଟବଲ ଖେଳାଳି ଅମୃତପାଲ ସିଂ ଓ ମହିଳା ବକ୍ସର ନୀରଜ ଫୋଗଟ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଦୁଇ ଜଣଙ୍କ ଉପରେ ୪ ବର୍ଷ ଲେଖାଏଁ ପ୍ରତିବନ୍ଧ ଲଗାଯାଇଛି । ଅପରପକ୍ଷରେ ୱେଟଲିଫ୍ଟର ସଂଜିତା ଚାନୁଙ୍କ ଉପରେ ଲଗାଯାଇଥିବା ଡୋପିଂ ଅଭିଯୋଗକୁ ଅନ୍ତର୍ଜାତୀୟ ୱେଟଲିଫ୍ଟିଂ ଫେଡେରେଶନ ଉଠାଇ ଦେଇଛି । ୱାଡାର ନିର୍ଦ୍ଦେଶ କ୍ରମେ ଆଇଡବ୍ଲ୍ୟୁଏଫ ଏହି ପଦକ୍ଷେପ ଗ୍ରହଣ କରିଛି । ନୀରଜଙ୍କ ଉପରେ ଲଗାଯାଇଥିବା ଦଣ୍ଡାଦେଶ ଡିସେମ୍ବରରୁ ଓ ଅମୃତପାଲଙ୍କ ଉପରେ ପ୍ରତିବନ୍ଧ ୧୯ ମଇରୁ ଲାଗୁ ହେବ ।
ଡୋପିଂ ଅଭିଯୋଗରୁ ମୁକ୍ତ ହେବା ନେଇ ଚାନୁ ସନ୍ତୋଷବ୍ୟକ୍ତ କରିଥିଲେ ମଧ୍ୟ ପରୋକ୍ଷରେ ଆଇଡବ୍ଲ୍ୟୁଏଫ ଉପରେ ଦୋଷ ଲଦିଛନ୍ତି । ଅଭିଯୋଗ ପ୍ରମାଣିତ ନ ହେବା ପୂର୍ବରୁ ଦଣ୍ଡିତ କରିବା ଫଳରେ ମୁଁ ଅଲିମ୍ପିକ ଯୋଗ୍ୟତାରେ ଭାଗ ନେଇପାରିଲି ନାହିଁ ବୋଲି ଚାନୁ କହିଛନ୍ତି । ଏପରିକି ଆସୋସିଏଶନ ମୋତେ କ୍ଷମା ମାଗିବା ସହ କ୍ଷତିପୂରଣ ଦେଉ ବୋଲି ସେ କହିଛନ୍ତି ।
BREAKING NEWS
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
- Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’
- Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !
- ଟି୨୦ ବିଶ୍ୱକପ ପରେ ଟ୍ରେନରେ ଲୁଚି କରି ଘରକୁ ଗଲେ ଏହି ଷ୍ଟାର ଖେଳାଳି
- LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?
- ସ୍ୱଦେଶ ଫେରିବା ଆରମ୍ଭ କଲେ ୱେଷ୍ଟଇଣ୍ଡିଜ ଖେଳାଳି
- ଏଣିକି ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ
- Suspended: ମଦ ପିଇ ଆସିଥିଲେ ଅଫିସ୍…୩ ତହସିଲ କର୍ମଚାରୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ
Comments are closed.