Latest Odisha News

BREAKING NEWS

କ୍ୱାରେଂଟିନ୍‌ରେ ଗଲେ ରାୟଗଡା ସିଡିଏମ୍‌ଓଙ୍କ ସମେତ ଅଫିସ୍ ଷ୍ଟାଫ

ରାୟଗଡା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ଆଉ ୧୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡା ଜିଲ୍ଲାରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।

ରାୟଗଡାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଅଛନ୍ତି । ତେବେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ନେଇ ଚିନ୍ତା ବଢ଼ିଛି । ସେ ସ୍ବାବ୍ ସଂଗ୍ରହ ଦାୟିତ୍ବରେ ଥିବାବେଳେ ତାଙ୍କର ପଜିଟିଭ୍ ବାହାରିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଫଳରେ ସିଡିଓମଓ ଏବଂ ଅଫିସ୍ ଷ୍ଟାଫଙ୍କୁ କ୍ବାରେଣ୍ଟାଇନରେ ପଠାଯାଇଛି ।

ରାୟଗଡା ଜିଲ୍ଲାରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବାବେଳେ ଅନ୍ୟ ଜଣେ ହୋମ୍ କ୍ବାରାଣ୍ଟାଇନରେ ଥିଲେ । ସମସ୍ତଙ୍କ ଘର କାଶୀପୁର ବ୍ଲକରେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୪ ପଜିଟିଭି ବାହାରିଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

Leave A Reply

Your email address will not be published.