Latest Odisha News

BREAKING NEWS

ଶୋପିଆନରେ ଆଉ ୫ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ

ଶ୍ରୀନଗର: ସୁରକ୍ଷାକର୍ମୀ ବୁଧବାର ଶୋପିଆନ୍‌ରେ ଆଉ ୫ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ପୂର୍ବରୁ ରବିବାର ୫ ଏବଂ ସୋମବାର ୪ଆତଙ୍କବାଦୀଙ୍କୁ ପୋଲିସ ମାରିଥିଲା । ଜମ୍ମୁ ଓ କଶ୍ମୀର, ଆର୍ମି ଓ ସିଆରପିଏଫର ମିଳିତ ଭାବେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଫୁଟାଇଥିଲେ । ପାଲଟା ଜବାବରେ ଉପରୋକ୍ତ ଆତଙ୍କବାଦୀମାନେ ଆଉ ଖସି ଯାଇପାରି ନ ଥିଲେ ।

ପୋଲିସ ଆତଙ୍କବାଦୀଙ୍କୁ ମୃତଶରୀର ଏକତ୍ର କରିବା ସହ ତଦନ୍ତ ଆରମ୍ଭ କରିଛି । କୌଣସି ଭାରତୀୟ ଯବାନଙ୍କୁ ଏହି ଏନକାଂଉଟରରେ କ୍ଷତି ହୋଇ ନ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.