ନୂଆଦିଲ୍ଲୀ:ଭାରତୀୟ ଆଥଲେଟକୁ ପୁନର୍ବାର ଡୋପ କଳଙ୍କ ଛୁଇଁଛି । ବୁଧବାର ମିଳିଥିବା ରିପୋର୍ଟ ମୁତାବକ ବାସ୍କେଟବଲ ଖେଳାଳି ଅମୃତପାଲ ସିଂ ଓ ମହିଳା ବକ୍ସର ନୀରଜ ଫୋଗଟ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଦୁଇ ଜଣଙ୍କ ଉପରେ ୪ ବର୍ଷ ଲେଖାଏଁ ପ୍ରତିବନ୍ଧ ଲଗାଯାଇଛି । ଅପରପକ୍ଷରେ ୱେଟଲିଫ୍ଟର ସଂଜିତା ଚାନୁଙ୍କ ଉପରେ ଲଗାଯାଇଥିବା ଡୋପିଂ ଅଭିଯୋଗକୁ ଅନ୍ତର୍ଜାତୀୟ ୱେଟଲିଫ୍ଟିଂ ଫେଡେରେଶନ ଉଠାଇ ଦେଇଛି । ୱାଡାର ନିର୍ଦ୍ଦେଶ କ୍ରମେ ଆଇଡବ୍ଲ୍ୟୁଏଫ ଏହି ପଦକ୍ଷେପ ଗ୍ରହଣ କରିଛି । ନୀରଜଙ୍କ ଉପରେ ଲଗାଯାଇଥିବା ଦଣ୍ଡାଦେଶ ଡିସେମ୍ବରରୁ ଓ ଅମୃତପାଲଙ୍କ ଉପରେ ପ୍ରତିବନ୍ଧ ୧୯ ମଇରୁ ଲାଗୁ ହେବ ।
ଡୋପିଂ ଅଭିଯୋଗରୁ ମୁକ୍ତ ହେବା ନେଇ ଚାନୁ ସନ୍ତୋଷବ୍ୟକ୍ତ କରିଥିଲେ ମଧ୍ୟ ପରୋକ୍ଷରେ ଆଇଡବ୍ଲ୍ୟୁଏଫ ଉପରେ ଦୋଷ ଲଦିଛନ୍ତି । ଅଭିଯୋଗ ପ୍ରମାଣିତ ନ ହେବା ପୂର୍ବରୁ ଦଣ୍ଡିତ କରିବା ଫଳରେ ମୁଁ ଅଲିମ୍ପିକ ଯୋଗ୍ୟତାରେ ଭାଗ ନେଇପାରିଲି ନାହିଁ ବୋଲି ଚାନୁ କହିଛନ୍ତି । ଏପରିକି ଆସୋସିଏଶନ ମୋତେ କ୍ଷମା ମାଗିବା ସହ କ୍ଷତିପୂରଣ ଦେଉ ବୋଲି ସେ କହିଛନ୍ତି ।
BREAKING NEWS
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ

Comments are closed.