ପଂଜାବ: ସ୍ୱର୍ଣ୍ଣ ମନ୍ଦିରରେ ବ୍ୟାନ୍ ହେଲା ଟିକ୍ଟକ୍ । ପଂଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ଟିକ୍ଟକ୍ ଭିଡିଓ ବ୍ୟାନ୍ କରିବା ପାଇଁ ନୋଟିସ୍ ଲଗାଯାଇଛି । ଏହି ନୋଟିସ୍ରେ ଟିକ୍ଟକ୍ ବ୍ୟାନ୍ କରାଯାଇଥିବା ଉଲ୍ଲେଖ ରହିଛି । ଶିରାମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଶ୍ରୀହରମନ୍ଦିର ସାହିବଙ୍କ ପକ୍ଷରୁ ମନ୍ଦିର ପରିସରରେ ଏହି ନୋଟିସ ଲାଗିଛି ।
ଏହା ଏକ ପୂଜା ସ୍ଥଳ । ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଟିକ୍ଟକ୍ ନକରିବା ପାଇଁ ଅପିଲ କରାଯାଇଛି । ଏଥିସହ ଏଭଳି ଗତିବିଧିରୁ ଦୂରେଇ ରହିବା ପାଇଁ ମଧ୍ୟ ଶ୍ରୀହରମନ୍ଦିର ସାହିବଙ୍କ ପକ୍ଷରୁ କୁହାଯାଇଛି । ଯଦି ଲୋକମାନେ ଏଠାରେ ଭିଡିଓ କରିବା ବନ୍ଦ ନକରନ୍ତି, ତେବେ ଆମେ ଏସ୍ଜିପିସି ଆଗରେ ଗୁରୁଦ୍ୱାରା ପରିସରରେ ମୋବାଇଲ ଫୋନ ବ୍ୟାନ୍ କରିବାକୁ ଦାବି କରିବୁ ବୋଲି ସ୍ୱର୍ଣ୍ଣ ମନ୍ଦିର ପକ୍ଷରୁ କୁହାଯାଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.