Latest Odisha News

BREAKING NEWS

ପଥର ସନ୍ଧିରୁ ବାହାରୁଛି ଡିଜେଲ, ଜାଣନ୍ତୁ କେଉଁଠି

କନ୍ଧମାଳ: ବିଲ ହୁଡା ପଥର ସନ୍ଧିରୁ ବାହାରୁଛି ଡିଜେଲ । ଲୋକେ ବାଲଟି, ବୋତଲ, ଜାର୍‌, ମଗ ଧରି ବୋହି ନେଉଛନ୍ତି ଡିଜେଲ୍ । କନ୍ଧମାଳ ଦାରିଙ୍ଗବାଡି ଲଦପଙ୍ଗା ଅଚଂଳରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ବିଲ ହୁଡାର ପଥର ସନ୍ଧିରୁ ଡିଜେଲ ଝରୁଥିବା ଦେଖିବାକୁ ମିଳିଛି । ଖବର ପ୍ରସାରିତ ହେବା ପରେ ଡିଜେଲ ସଂଗ୍ରହ କରିବାକୁ ସେଠାରେ ଲୋକଙ୍କ ଭିଡ ଜମିଛି । ତେବେ କିପରି ସେଠାରେ ଡିଜେଲ ବାହାରୁଛି ତାକୁ ନେଇ ସନ୍ଦେହ ଉପୁଜିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି । ଘଟଣାର ଅନୁସନ୍ଧାନ ପରେ ଜଣାପଡିଛି ଯେ, ଡିଜେଲ ବାହାରୁଥିବା ସ୍ଥାନରୁ ମାତ୍ର ୪ଶହ ମିଟର ଦୂରରେ ରହିଛି ଏକ ପେଟ୍ରୋଲ ପମ୍ପ । ତେଣୁ ଏହି ଟାଙ୍କିରୁ ଲିକ୍ ହୋଇ ଡିଜେଲ ଆସୁଥିବା ଆଶଙ୍କା କରାଯାଉଛି । ସେପଟେ ପେଟ୍ରୋଲ ପମ୍ପ ମାଲିକ କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି । ଏହାପରେ ପଥର ସନ୍ଧିରୁ ଡିଜେଲ ବାହାରିବାକୁ ନେଇ ରହସ୍ୟ ଆହୁରି ବଢ଼ିଯାଇଛି । ସେପଟେ ମାଗଣା ଡିଜେଲ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଡିଜେଲ ବୋହି ନେବାକୁ ହଜାର ହଜାର ଲୋକେ ରୁଣ୍ଡ ହୋଇଛନ୍ତି ।

Leave A Reply

Your email address will not be published.