Latest Odisha News

ଅମୃତ ଷ୍ଟେସନ ଯୋଜନା: ୧୯ କୋଟି ଟଙ୍କା ବ୍ୟୟରେ ତାଳଚେର ରୋଡ୍ ଷ୍ଟେସନର ପୁନର୍ବିକାଶ

ଭୁବନେଶ୍ୱର: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ତାଳଚେର ରୋଡ଼୍ ରେଳ ଷ୍ଟେସନକୁ ପ୍ରାୟ ୧୯ କୋଟି ଟଙ୍କା ବ୍ୟୟରେ ପୁନଃ ବିକଶିତ କରାଯାଉଛି । ଯାତ୍ରୀମାନଙ୍କ ସୁବିଧାକୁ ସୁଦୃଢ଼ କରିବା ଏବଂ ନିକଟସ୍ଥ କୋଇଲା କ୍ଷେତ୍ର, ପାୱାର ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ସୃଷ୍ଟି ହେଉଥିବା ଟ୍ରାଫିକକୁ ସଠିକ ପରିଚାଳନା କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ।

ରେଳ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ୫୭ଟି ଅମୃତ ଷ୍ଟେସନ୍ ମଧ୍ୟରୁ ତାଳଚେର ରୋଡ୍ ଷ୍ଟେସନ୍ ଏହି ଅଞ୍ଚଳର ବୃଦ୍ଧି ପାଉଥିବା ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ ହବ୍ ହେବାକୁ ପ୍ରସ୍ତୁତ ହୋଇଛି । ଏହି ଷ୍ଟେସନ ଠାରେ ସମ୍ପ୍ରତି ୨୨ ଟି ଟ୍ରେନ୍ ରହଣି କରୁଥିବା ବେଳେ ଆଖପାଖରେ ଚାଲିଥିବା ଶିଳ୍ପ ବିକାଶ ହେତୁ ଷ୍ଟେସନର ଯାତ୍ରୀବାହୀ ଯାତାୟାତ ଅପେକ୍ଷାକୃତ ଭାବରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ପ୍ରସ୍ତାବିତ ବିକାଶ ଯୋଜନାରେ ଟ୍ରେନ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଅନେକ ନୂତନ ସୁବିଧା ଅନ୍ତର୍ଭୁକ୍ତ:
୩୦୦ ବର୍ଗମିଟର ବିଶିଷ୍ଟ ଏକ ନୂତନ ଷ୍ଟେସନ୍ ବିଲଡିଙ୍ଗ ନିର୍ମାଣ (G+1) ।
ଟ୍ରାଫିକ୍ ସଞ୍ଚାରଣରେ ଉନ୍ନତି ଏବଂ ପ୍ରଶସ୍ତ ଚଳାଚଳ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ (୨୦୫୫ ବର୍ଗ ମିଟର), ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ସହିତ ଉତ୍ତମ ଟ୍ରାଫିକ୍ ସଞ୍ଚାଳନ ପାଇଁ ବ୍ୟବସ୍ଥା ।
ବର୍ତ୍ତମାନ ଥିବା ଷ୍ଟେସନ ବିଲ୍ଡିଂ କୁ ରୂପାନ୍ତରଣ କରାଯାଇ ୯୯୦ ବର୍ଗ ମିଟରର ନୂତନ ଷ୍ଟେସନ ବିଲଡିଙ୍ଗ ଓ ମୁଖଶାଳା ।
ଦୁଇ ଚକିଆ ଯାନ, ଚାରି ଚକିଆ ଯାନ ଏବଂ ଅଟୋ ପାଇଁ ୧୮୫୪ ବର୍ଗମିଟର ବିଶିଷ୍ଟ ଏକ ସୁଚିନ୍ତିତ ପାର୍କିଂ କ୍ଷେତ୍ର ।
ଷ୍ଟେସନ ପ୍ଲାଟଫର୍ମରେ ସମୁଦାୟ ୩୫ଟି ବେ (ଆଶ୍ରୟସ୍ଥଳ) ନିର୍ମାଣ ।
୧୪୦ ବର୍ଗ ମିଟରର ଏକ ପ୍ରଶସ୍ତ ଅପେକ୍ଷା ହଲ୍ ।
୭୦ ବର୍ଗ ମିଟରର ପ୍ରିମିୟମ୍ ମଡ୍ୟୁଲାର୍ ଟଏଲେଟ୍ ।
୧୨ ମିଟର ଚଉଡାର ଫୁଟ ଓଭର ବ୍ରିଜ୍ ପାଇଁ ବ୍ୟବସ୍ଥା ।
ନବୀକରଣ ହୋଇଥିବା ପ୍ଲାଟଫର୍ମ ପୃଷ୍ଠଗୁଡ଼ିକ ଗ୍ରାନାଇଟ୍ ଏବଂ ଭାରୀ-ମୋଜାଇକ୍ ଟାଇଲ୍ ଦ୍ୱାରା ନିର୍ମାଣ ।
ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାର୍ୟ୍ୟରେ ୫୧ ପ୍ରତିଶତ ପ୍ରଗତି ହାସଲ ହୋଇପାରିଛି ।
ଏହି ବିକାଶ ଉଭୟ ସ୍ଥାନୀୟ ଜନସମୁଦାୟ ଏବଂ ଶିଳ୍ପଗୁଡିକର ବୃଦ୍ଧି ପାଉଥିବା ଚାହିଦାକୁ ପ୍ରତିଫଳିତ କରି ପ୍ରମୁଖ ଷ୍ଟେସନରେ ଭିତ୍ତିଭୂମି ତଥା ଯାତ୍ରୀ ସେବା ବୃଦ୍ଧି ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ସୂଚିତ କରୁଛି ।

Leave A Reply

Your email address will not be published.