Latest Odisha News

‘ଚନ୍ଦନଧାରା’ର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ

ଉମରକୋଟ : କବି ହିମାଂଶୁ ଆଚାରୀଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ରାଜ୍ୟସ୍ତରୀୟ ସାହିତ୍ୟ ପତ୍ରିକା ‘ଚନ୍ଦନଧାରା’ର ଶାରଦୀୟ ବିଶେଷାଙ୍କ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବଲ୍ଲଭ ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାରସ୍ବତ ସମାବେଶରେ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବରେ , ସୁରେନ୍ଦ୍ରନାଥ ଦାଶ ମୁଖ୍ୟବକ୍ତା ଭାବରେ , ଉମେଶ ଚନ୍ଦ୍ର ଭୁକ୍ତା ବରେଣ୍ୟ ଅତିଥି ଭାବରେ, ଧର୍ମରାଜ ମାଝୀ ଓ ନଳିନୀ ରଂଜନ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଗତ ଦୀର୍ଘ ତିନି ଦଶନ୍ଧି ଧରି ପ୍ରକାଶ ପାଉଥିବା ଚନ୍ଦନଧାରାର ପ୍ରତିଟି ସଂଖ୍ୟା ଖୁବ୍ ଆକର୍ଷଣୀୟ ବୋଲି କହିଥିଲେ ।

ଚନ୍ଦନା ମଲ୍ଲିକଙ୍କ ପ୍ରାରମ୍ଭିକ ସଙ୍ଗୀତ ଓ ଶ୍ଳୋକରେ ଆରମ୍ଭ ହୋଇଥିବା ଏହି ସାହିତ୍ୟିକ କାର୍ଯ୍ୟକ୍ରମରେ ଦାସିଆ ସାଂସ୍କୃତିକ ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକ ପତ୍ରିକାର ସମୀକ୍ଷା କରିଥିଲେ ଏବଂ ମନୋରମା ମହାପାତ୍ର ଚନ୍ଦନଧାରା ଉପରେ ଲିଖିତ କବିତା ଆବୃତ୍ତି କରିଥିଲେ । ପରିଶେଷରେ ଦିଲ୍ଲୀପ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.