Latest Odisha News

BREAKING NEWS

ଅଟୋଇମ୍ୟୁନ୍ ରୋଗ ଓ କୋଭିଡ୍‌-୧୯

ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ରଙ୍କ ନିୟମିତ ସ୍ତମ୍ଭ: ଆରୋଗ୍ୟ

ଆପଣମାନଙ୍କ ପାଇଁ ଯେଉଁମାନେ ମାସ୍କ ପିନ୍ଧିବାକୁ ଚାହାନ୍ତି ନାହିଁ କିମ୍ବା ଭାବନ୍ତି ଲୋକମାନେ କୋଭିଡ୍‌-୧୯ ପ୍ରତି ଅତ୍ୟଧିକ ପ୍ରତିକ୍ରିୟା କରୁଛନ୍ତି, ଦୟାକରି ମନେରଖନ୍ତୁ ଏବଂ ଯେଉଁମାନେ ଏହି ରୋଗ ସହିତ ଲଢିପାରିବେ ନାହିଁ ସେମାନଙ୍କ କଥା ଭାବନ୍ତୁ ତଥା ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ଆସନ୍ତୁ ସମସ୍ତେ ମିଶି ଏହାର ଭୟାବହତାକୁ ଦୂରେଇ ଏହାକୁ ହରାଇବା ପାଇଁ ଚେଷ୍ଟା କରିବା ।

ଅଟୋଇମ୍ୟୁନ୍ ରୋଗ ଏକ ଅବସ୍ଥା ଯେଉଁଥିରେ ରକ୍ତର ଶ୍ୱେତ ରକ୍ତ କଣିକା (ଡବ୍ଲୁବିସି) ଯାହାକି ଶରୀରକୁ ବାହ୍ୟ ଆକ୍ରମଣକାରୀ ଯଥା ଭାଇରସ୍‌, ବ୍ୟାକ୍ଟେରିଆ ଆଦିଙ୍କଠାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ, ସେଗୁଡ଼ିକ ତାହା କରିବା ବଦଳରେ; ଓଲଟି ଆପଣଙ୍କ ଶରୀରର କୋଷ, ଟିସୁ ଓ ଅଙ୍ଗ ପ୍ରତ୍ୟେଙ୍ଗ ଉପରେ ଆକ୍ରମଣ କରିଥାଆନ୍ତି ।

ଅଧିକ ପଢନ୍ତୁ: ବିଶେଷ ପିଲାମାନଙ୍କ ଉପରେ କରୋନାର ପ୍ରଭାବ ଓ ପ୍ରତିକାର…

ଫଳରେ ଅଙ୍ଗଗୁଡ଼ିକ ତାଙ୍କର କାର୍ଯ୍ୟକ୍ଷମତା ହରାଇଥାଆନ୍ତି ଏବଂ ନୂତନ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାଆନ୍ତି । କ୍ରନିକ୍ ଥକ୍କା ଲାଗିବା ଏକ ଲକ୍ଷଣ । ବିଶ୍ରାମ ନେବା ବା ନିଦ ମଧ୍ୟ ଏଥିରେ ସାହାଯ୍ୟ କରି ନଥାଏ । ପୁଷ୍ଟିକର ଖାଦ୍ୟ ଖାଇବା ବା ଶାରିରୀକ କସରତ ଆଦି ମଧ୍ୟ ବିଫଳ ହୋଇଥାଆନ୍ତି । ଏହା ଉପରେ ଅନ୍ୟ ସଂକ୍ରମଣ ଯେପରିକି କୋଭିଡ୍‌-୧୯ ବୋଝ ଉପରେ ନଳିତା ବିଡ଼ା ପରି ।

ଉହାନ୍ ସହରରୁ ଉତ୍ପନ୍ନ ମାରାତ୍ମକ କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଏହାର ଲକ୍ଷଣ ଏତେ ପର୍ଯ୍ୟନ୍ତ ପୂରାପୁରି ଜଣାନାହିଁ । ଏବେ ରୋଗ ନିୟନ୍ତ୍ରକ ସଙ୍ଗରୋଧ କେନ୍ଦ୍ର (ସିଡ଼ିସି) କରୋନା ଭାଇରସର ଲକ୍ଷଣ ଯଥା: କାଶ, ଜ୍ୱର ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଆଦିର ଉଲ୍ଲେଖ କରିଥିଲା । ଏବେ ନୂତନ ତଥ୍ୟରୁ ଜଣାପଡ଼ିଛି ଯେ, ବହୁତ ଜୋରରେ ଥଣ୍ଡା ଲାଗିବା, ବାରମ୍ବାର ଥଣ୍ଡା ହେବା, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବ୍ୟଥା, ଗଳାରେ ଯନ୍ତ୍ରଣା, ସ୍ୱାଦ ବା ଗନ୍ଧ ବାରି ନ ପାରିବା ହେଉଛି କରୋନାର ଆଉ ଏକ ଲକ୍ଷଣ । ଏହାଛଡ଼ା ତ୍ୱଚ୍ଚାରେ ନାଲି ଦାଗ ତଥା କୁଣ୍ଡିଆ କରୋନାର ଅନ୍ୟ ଲକ୍ଷଣ ବୋଲି କିଛି ବୈଜ୍ଞାନିକଙ୍କ ମତ । ମାତ୍ର ଏହା ପ୍ରମାଣ ସାପେକ୍ଷ । ସିଡ଼ିସି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ଲକ୍ଷଣ ଭାଇରସ୍ ସଂକ୍ରମଣର ୨ରୁ ୧୪ ଦିନ ମଧ୍ୟରେ ବା ପରେ ଦେଖା ଦେଇଥାଏ । ଅନେକଙ୍କ ଠାରେ କରୋନାର ଲକ୍ଷଣ ମଧ୍ୟ ଜଣାପଡ଼େନାହିଁ ।

ତେଣୁ ‘ବର୍ତ୍ତମାନ ଶେଷ ହୋଇଗଲା’ ଅନୁଭବ କେବେବି ଉପଯୁକ୍ତ ନୁହେଁ । ଲକ୍ଷଣ ଗୁଡ଼ିକ ବରଫର ଏକ ଅଂଶ ବିଶେଷ ମାତ୍ର । ଆପଣ ମଧ୍ୟ ଏକାଧିକ ଅଟୋଇମ୍ୟୁନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଇପାରେ ତଥା ଭାଇରାଲ୍ ଏବଂ ଜୀବାଣୁ ସଂକ୍ରମଣ ପ୍ରତି ସମ୍ବେଦନଶୀଳ ହୋଇପାରନ୍ତି ।

କିନ୍ତୁ ଏବେ ଭାବନ୍ତୁ ଯେଉଁମାନେ ଅଟୋଇମ୍ୟୁନ ରୋଗ, ଗୁରୁତର ଆଜମା, ଆଡ଼ିସନ ରୋଗ, ଏଣ୍ଡୋମେଟ୍ରିଓସିସ, ମଲଟିପୁଲ୍ ସ୍କେଲ୍ରୋସିସ୍ (ମଲ୍ଟିପୁଲ ସ୍କେଲ୍ରୋସିସ୍‌), ସ୍କୋଲୋଡ଼ର୍ମା, ରିମାଟଏଡ଼ ଆଥ୍ରାଇଟିସ, ସୋଜୋଗ୍ରେନ, ଫାଇବ୍ରୋମିଆଲଜିଆ, ଲୁପୁସ, ସାର୍କୋଏଡ଼ୋସିସ, ଆଙ୍କି ଲୋଜିଙ୍ଗ ସ୍ପଣ୍ଡିଲାଇଟିସ, ହାସିମୋଟୋ ରୋଗ, ଅଲସରାଟିଭ୍ କୋଲାଇଟିସ, ପେମ୍ପିଗସ, ସୋରିଏଟିକ, ଆର୍ଥ୍ରାଇଟିସ, ସିଆଇଡ଼ିପି, ମୋଟର ନ୍ୟୁରନ ଡ଼ିସିଜ ଆଦିରେ ପୀଡ଼ିତ ।

ଆପଣମାନଙ୍କୁ ଅନୁରୋଧ ଯେ, ବିଚାର ବିମର୍ଷ କରିବା ପୂର୍ବରୁ ଦୁଇଥର ଚିନ୍ତାକରନ୍ତୁ ଏବଂ ଏହି ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ନିଆଯାଉଥିବା ଅତିରିକ୍ତ ପଦକ୍ଷେପ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ହୁଏତ ଏଥିରୁ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇପାରନ୍ତି, କିନ୍ତୁ ଅଟୋ ଇମ୍ୟୁନରୋଗରେ ଆକ୍ରାନ୍ତ ବ୍ୟକ୍ତି ଆପଣଙ୍କ ପରି ଭାଗ୍ୟବାନ ନ ହୋଇପାରନ୍ତି, ଆଉଥରେ ଭାବନ୍ତୁ ।

କନସଲଟାଣ୍ଟ, ଏସଭି ନିରତାର, କଟକ

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.