Latest Odisha News

BREAKING NEWS

ଗଛ ତଳେ ଚା’ ପିଇବା ହେଲା କାଳ;ଚାଲିଗଲା ବୃଦ୍ଧଙ୍କ ଜୀବନ

ବ୍ରହ୍ମପୁର:ଚା’ ପିଉଥିବା ସମୟରେ ଗଛ ଡାଳ ପଡ଼ି ଜଣେ ବୃଦ୍ଧ ପ୍ରାଣ ହରେଇଛନ୍ତି । ମୃତ ବୃଦ୍ଧ ଜଣକ ହେଲେ କଙ୍କୋରଡ଼ା ପଞ୍ଚାୟତ ଅଧିନସ୍ଥ କରାଖଣ୍ଡି ଗ୍ରାମର ନଟବର ପ୍ରଧାନ ।
ତେବେ ଏହି ଅଭାବନୀୟ ଘଟଣା ଘଟିଛି ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗ୍ରାମରେ ।

ସୂଚନାଥାଉକି, ନଟବର ନିଜ ଝିଅ ଘର ଗାଁ ଆଡପଡ଼ା ଗ୍ରାମକୁ ଆସିଥିଲେ । ସେ ମେଡିକାଲ ନିକଟରେ ଥିବା ଏକ ଚା’ ଦୋକାନରୁ ଚା’ ନେଇ ସେଠାରେ ଥିବା ଏକ ଓସ୍ତ ଗଛ ତଳେ ଥିବା ମଣ୍ଡପରେ ବସି ପିଉଥିଲେ। ମାତ୍ର ସେହି ସମୟରେ ଓସ୍ତ ଗଛର ଏକ ଡାଳ ଭାଙ୍ଗି ତାଙ୍କ ବେକରେ ପଶିଯାଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ବୃଦ୍ଧଙ୍କୁ ଉଦ୍ଧାର କରି ଆଡପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Comments are closed.