Latest Odisha News

BREAKING NEWS

ହର୍ମୁଜରେ ୟୁଇର ଟ୍ୟାଙ୍କରକୁ ଇରାନର ମିସାଇଲ ମାଡ, ଭାରତୀୟ ମୃତ

ତେହେରାନ: ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଘୋଷଣା କରିଛି ଯେ ହର୍ମୁଜ୍ ପ୍ରଣାଳୀରେ ଦୁଇଟି ୟୁଏଇ ପତାକାଯୁକ୍ତ ଟ୍ୟାଙ୍କର ଉପରେ ଇରାନୀ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରିଛି।

ଏହି ଆକ୍ରମଣରେ ଜଣେ ଭାରତୀୟ କ୍ରୁଜ୍ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆଠ ଜଣ କ୍ରୁଜ୍ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରକାଶିତ ଏକ ସରକାରୀ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ଯେ ଓମାନର ଜଳସୀମାରେ ହର୍ମୁଜ୍ ପ୍ରଣାଳୀର ଦକ୍ଷିଣ ଲେନରେ ମୋମ୍ବାସା ଏବଂ ବାହିଆ ଟ୍ୟାଙ୍କରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ମନ୍ତ୍ରଣାଳୟ ଅନୁଯାୟୀ, ଆହତମାନଙ୍କ ମଧ୍ୟରେ ଛଅ ଜଣ ଭାରତୀୟ ନାଗରିକ ଏବଂ ଦୁଇ ଜଣ ୟୁକ୍ରେନୀୟ ନାଗରିକ। ଫଳରେ ଟ୍ୟାଙ୍କର ମୋମ୍ବାସାରେ ଜଣେ ଭାରତୀୟ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଆଠ ଜଣ ଆହତ ହୋଇଛନ୍ତି।

ଅପରପକ୍ଷରେ ୟୁଏଇ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛି। ଏଥିସହିତ ଏହାକୁ ଏକ ଗମ୍ଭୀର ଏବଂ ଅନ୍ତର୍ଜାତୀୟ ଆଇନର ସ୍ପଷ୍ଟ ଉଲ୍ଲଂଘନ ବୋଲି ପ୍ରକାଶ କରିଛି।

 

Leave A Reply

Your email address will not be published.