Latest Odisha News

BREAKING NEWS

ପଦ୍ମଫୁଲ ତୋଳୁ ତୋଳୁ ଚାଲିଗଲା ଜୀବନ

ଅନୁଗୁଳ : ପଦ୍ମଫୁଲ ନେଲା ଜୀବନ  । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବାଗଡ଼ିଆ ଗାଁର ଜୟ ସେଠୀ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ସହ ପଦ୍ମଫୁଲ ତୋଳିବାକୁ ଟାଙ୍ଗିରୀ ଯାଇଥିଲେ । ଟାଙ୍ଗିରୀ – ପାଟକୁମୁଣ୍ଡା ରାସ୍ତାରେ ଥିବା ଗାଡ଼ିଆରୁ ପଦ୍ମଫୁଲ ତୋଳିବାକୁ ଜୟ ପାଣିରେ ପଶିଥିଲେ । ତେବେ ଫୁଲ ତୋଳିବା ବେଳେ ଭୁଲ୍‌ ବଶତଃ ଗଭୀର ପାଣିକୁ ଚାଲି ଯାଇଥିବା ବେଳେ ସେ ଆଉ ପାଣିରୁ ବାହାରି ପାରି ନଥିଲେ ।

ଏହା ଦେଖି ସାଙ୍ଗରେ ଯାଇଥିବା ବ୍ୟକ୍ତି ଜଣଙ୍କ ସେଠାରୁ ପଳାଇ ଯାଇଥିଲେ  । ହେଲେ ସ୍ଥାନୀୟ ଲୋକେ ଜୟଙ୍କୁ ପାଣିରୁ ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର କରିବା ବେଳକୁ  ଜୟଙ୍କର ମୃତ୍ୟୁ ହୋଇ ସାରିଥିଲା ।ତେବେ ଏହି କ୍ଷେତ୍ରରେ ଜୟଙ୍କର ବନ୍ଧୁ ଉଦ୍ଧାର କରିବାକୁ ପ୍ରୟାସ ନକରି ପଳାଇ ଯିବା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣା ସ୍ଥଳରେ ବାଗଡ଼ିଆ ଫାଣ୍ଡି ପୁଲିସ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.