Latest Odisha News

ରାଜଧାନୀର ଏ କି ବ୍ୟବସ୍ଥା, ମା’ର ଶବକୁ ଷ୍ଟ୍ରେଚରରେ ବୋହିଲା ପୁଅ

ଭୁବନେଶ୍ବର : ପଦାରେ ପଡ଼ିଲା ରାଜଧାନୀର ଅବ୍ୟବସ୍ଥା  । ମୃତ ମାକୁ ମିଳିଲାନି ସରକାରୀ ଆମ୍ବୁଲାନ୍ସ  । ଷ୍ଟ୍ରେଚରରେ ବୋହି ନେଲା ଅସହାୟ ପୁଅ । ସରକାରଙ୍କ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ  । ଏ ଦୃଶ୍ୟ ହେଉଛି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର । ମୃତ ମହିଳା ହେଲେ ବୋଲଗଡ଼ ଡଙ୍ଗରପଡ଼ା ଅଞ୍ଚଳର । ପୁଅ ମାନସ ରଞ୍ଜନ ତାଙ୍କ ମା’ଙ୍କୁ ବାହୁବଳେନ୍ଦ୍ର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ମା’ର ମୃତଦେହ ନେବାକୁ ଏକ ଆମ୍ବୁଲାନ୍ସ ଯୋଗାଇଦେବାକୁ ନିବେଦନ କରିଥିଲେ କିନ୍ତୁ କେହି ମାନସଙ୍କ କଥା କେହି ଶୁଣିନଥିଲେ  । ପାଖରେ ଟଙ୍କା ନ ଥିବାରୁ ଶେଷରେ ମୃତଦେହକୁ ଷ୍ଟ୍ରେଚରରେ ଲଦି ମେଡ଼ିକାଲ୍‌ରୁ ନେଇଥିଲେ ମାନସ । କିଛି ଦୂରକୁ ଯିବା ପରେ ଘରୋଇ ଆମ୍ବୁଲାନ୍ସ ସଂଘ ପକ୍ଷରୁ ମାଗଣାରେ ମାନସ ରଂଜନଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ଫଳରେ ମା’ଙ୍କ ମୃତଦେହକୁ ନେଇ ଡଙ୍ଗରପଡ଼ା ଅଭିମୁଖେ ଯାଇଥିଲେ ମାନସ । ମାନସ ରଞ୍ଜନଙ୍କ ଅଭିଯୋଗ  କରିଥିବା ବେଳେ କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।

 

 

Leave A Reply

Your email address will not be published.