Latest Odisha News

BREAKING NEWS

ଆପ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କୁ ମସାଜ କରୁଥିବା ବ୍ୟକ୍ତି ଦୁଷ୍କର୍ମ ଅଭିଯୁକ୍ତ !

ନୂଆଦିଲ୍ଲୀ: ତିହାର ଜେଲରେ ସଜା କାଟୁଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଆପର ଅଡୁଆ ତୁଟିବା ନାମ ନେଉ ନାହିଁ । ତିହାର ଜେଲରେ ସମସ୍ତ ସୁଖ ସୁବିଧା ସହ ମସାଜର ମଜା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଆପ ବ୍ୟାକଫୁଟକୁ ଆସିଥିଲା । ତଥାପି ନିଜ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସତ୍ୟେନ୍ଦ୍ର ଅସୁସ୍ଥ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଫିଜିଓଥେରାପୀ ଜରୁରୀ ଥିଲା କହିଥିଲେ । ତେବେ ମଙ୍ଗଳବାର ସତ୍ୟେନ୍ଦ୍ରଙ୍କ ମଜାସ କରୁଥିବା ବ୍ୟକ୍ତିଙ୍କୁ ନେଇ ପୁନର୍ବା ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମସାଜ କରୁଥିବା ବ୍ୟକ୍ତି ଫିଜିଓଥେରାପିଷ୍ଟ ନୁହେଁ । ସେ ଦୁଷ୍କର୍ମ ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଛି ବୋଲି ଶହଜାଦ ପୁନାୱାଲା ଟ୍ୱିଟ କରି ଜଣାଇଥିଲେ ।

ଏହା ପରେ ପରେ ଫିଜିଓଥେରାପିଷ୍ଟ ଆସୋସିଏଶନ ମଧ୍ୟ ସକ୍ତୃକ୍ତ ବ୍ୟକ୍ତି ସେମାନଙ୍କ ପ୍ରଫେଶନର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । ଆମକୁ ବଦନାମ କରିବାକୁ ଚେଷ୍ଟା କରିଥିବା ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି । ପୂର୍ବରୁ ସତ୍ୟେନ୍ଦ୍ରଙ୍କୁ ସୁବିଧା ସୁଯୋଗ ଯୋଗାଉଥିବା ନେଇ ବ୍ୟାରକ ନମ୍ବର ୭ର ସୁପରିଟେଡେଂଟ ଅଜିତ କୁମାରଙ୍କ ସସପେଣ୍ଡ କରାଯାଇଛି । ତିହାର ଜେଲର ଜନୈକ ଅଧିକାରୀ ମଧ୍ୟ ନାମ ପ୍ରକାଶ ନ କରି ସ୍ପଷ୍ଟ କରିଛନ୍ତି ଯେ, ସମ୍ପୃକ୍ତ ବ୍ୟକ୍ତି ଫିଜିଓଥେରାପିଷ୍ଟ ନୁହନ୍ତି । ଆପ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.