Latest Odisha News

କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଟାଇଗର୍‌ ଓ ଦିଶାଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ଗୋଟିଏ ପଟେ କୋଭିଡ୍ ନିୟମ ମାନିବାକୁ ସରକାର ବାରମ୍ବାର ସଚେତନ କରାଉଥିବା ବେଳେ ଅନ୍ୟପଟେ ଲୋକମାନେ ଏହି ସଚେତନତା ବାର୍ତ୍ତାକୁ ଫୁ କରିଦେଉଥିବା ଦେଖିବାକୁ ମିଳିଛି। ଏହା ଭିତରେ ବଲିଉଡ୍‌ ସେଲିବ୍ରିଟି ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଠାନିଙ୍କ ବିରୋଧରେ କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଥାଉକି, ଆଜି ମୁମ୍ବାଇ ପୋଲିସ ଟୁଇଟରରେ ଦୁଇ କଳାକାରଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରିଥିବା ନିଶ୍ଚିତ କରିଛି। ସରକାରୀ ଟୁଇଟ୍‌ରୁ ଜଣାପଡିଛି ଯେ ଟାଇଗର ଏବଂ ଦିଶାଙ୍କୁ ଧାରା ୧୮୮ ଏବଂ ୩୪ ଅନୁଯାୟୀ ବୁକ୍ କରାଯାଇଛି।

ସୂଚନା ଅନୁଯାୟୀ ଉଭୟ ଘରକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଆଧାର କାର୍ଡ ଯାଞ୍ଚ କରିଥିଲା। ଲକ୍‌ଡାଉନ୍‌ ସତ୍ତ୍ବେ ଘରୁ ବାହାରକୁ ବାହାରିଥିବାରୁ ପୋଲିସ ସେମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରିଥିବା ଜଣାପଡ଼ିଛି।

Comments are closed.