Latest Odisha News

BREAKING NEWS

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏହି ଦିନ ପହଞ୍ଚିବ ଓଡ଼ିଶାରେ

ନୂଆଦିଲ୍ଲୀ: ଦେଶରେ ପାଦ ଥାପିଛି ମୌସୁମୀ । ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଖୁବ ଶୀଘ୍ର ସମଗ୍ର ଅଞ୍ଚଳକୁ ଛୁଇଁବ । ଏହାର ପ୍ରଭାବରେ କେରଳରେ ବର୍ଷା ଜାରି ରହିଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିଥିବାରୁ ଖୁବଶୀଘ୍ର ଓଡ଼ିଶାରେ ବି ପହଞ୍ଚିବ । ଓଡ଼ିଶା ପହଞ୍ଚିବାକୁ ସପ୍ତାହେ ଲାଗିପାରେ । ଅର୍ଥାତ ଆସନ୍ତା ୧୦ ତାରିଖ ପରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ । ଏବର୍ଷ ଦେଶରେ ମୌସୁମୀ ବର୍ଷା ସ୍ୱାଭାବକ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଜୁନରୁ ସେପ୍ଟେମ୍ୱର ଲଙ୍କ ପିରିୟଡ ଆଭରେଜ୍ ବା ଏଲପିଏରେ ୧୦୧ ପ୍ରତିଶତ ମୌସୁମୀ ବର୍ଷା ହୋଇପାରେ ।

Leave A Reply

Your email address will not be published.