Latest Odisha News

ଖୁବ୍‌ ଶୀଘ୍ର ଏମ୍‌ବିବିଏସ୍‌ କଲେଜ ଖୋଲିବେ ବାବା ରାମଦେବ

ନୂଆଦିଲ୍ଲୀ: ନିକଟରେ ଏଲୋପାଥି ଔଷଧ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ବାବା ରାମଦେବ। ଏଲୋପାଥିକୁ ଏକ ‘ଷ୍ଟୁପିଡ୍‌ ସାଇନ୍ସ’ ବୋଲି କହି ଏକ ତିକ୍ତ ବିବାଦ ସୃଷ୍ଟି କରିବା ପରେ ଯୋଗ ଗୁରୁ ବାବା ରାମଦେବ ଖୁବ ଶୀଘ୍ର ଦେଶରେ ଏକ ଏଲୋପାଥି ମେଡିକାଲ କଲେଜ ଅର୍ଥାତ୍‌ ଏମ୍‌ବିବିଏସ୍‌ କଲେଜ ଖୋଲିବାକୁ ଯୋଜନା କରିଥିବା ପ୍ରକାଶ କରିଛନ୍ତି।

ବାବା ରାମଦେବ କହିଛନ୍ତି ଯେ ଖୁବ୍‌ ଶୀଘ୍ର ତାଙ୍କର ହରିଦ୍ୱାରରେ ଥିବା ତାଙ୍କ ପତଞ୍ଜଳି ଯୋଗପୀଠକୁ ସେ ଏମବିବିଏସ କଲେଜ ଭାବେ ପ୍ରତିଷ୍ଠା କରିବେ।

ବାବା ରାମଦେବ ଏହା ମଧ୍ୟ କହିଛନ୍ତି ଯେ ସେ ଏଲୋପାଥି ସହିତ ଜଡିତ ଔଷଧ ଏବଂ ଡାକ୍ତରମାନଙ୍କୁ ସମ୍ମାନ କରନ୍ତି। ଏଲୋପାଥି ଉପରେ ତାଙ୍କର ବିବାଦୀୟ ମନ୍ତବ୍ୟକୁ ସ୍ପଷ୍ଟ କରି ବାବା ରାମଦେବ କହିଛନ୍ତି ଯେ ଏହା ତାଙ୍କର ସରକାରୀ ବିବୃତ୍ତି ନୁହେଁ।

Comments are closed.