Latest Odisha News

BREAKING NEWS

ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଛତାପୀପଳ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜି ସକାଳୁ ସକାଳୁ ଗାଁରେ ଥିବା ଏକ ପୋଖରୀରେ ଜଣେ ବୃଦ୍ଧାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମୃତ ବ୍ୟକ୍ତି ଜଣଙ୍କ ହେଲେ କାଲୁ ଦୀପ ।

ଖବର ମୁତାବକ, ଉକ୍ତ ମୃତ ବୃଦ୍ଧ ବ୍ୟକ୍ତି ଜଣଙ୍କ ଦୁଇ ଦିନ ପୂର୍ବେ ସେହି ପୋଖରୀ ନିକଟରେ ବସିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ହେଲେ ତାପରଠାରୁ ସେ ନିଖୋଜ ଥିଲେ । ଏନେଇ ପରବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କୁ ପାଇନଥିଲେ । ପରେ ପୋଲିସରେ ଅଭିଯୋଗ କରିଥିଲେ ପରିବାର ।

ତେବେ ଆଜିର ଘଟଣା ପରେ ବୃଦ୍ଧଙ୍କୁ ହତ୍ୟା କରି ମାରି ଫୋପାଡିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ପୋଲିସର ତଦନ୍ତ ଜାରି ରହିଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ।

Leave A Reply

Your email address will not be published.