Latest Odisha News

BREAKING NEWS

ପୂରଣ ହେବ ନୀଳଗିରିବାସୀଙ୍କ ସ୍ୱପ୍ନ: ଆଜିଠାରୁ ନୀଳଗିରରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ

ବାଲେଶ୍ଵର: ବହୁ ଦିନର ଅପେକ୍ଷାର ଅନ୍ତ ଘଟିଲା । ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ । ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ । ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡ଼ିବ ଟ୍ରେନ ।

ପୂର୍ବରୁ ଅନେକ ଦିନ ଧରି ନୀଳଗିରି ଅଞ୍ଚଳକୁ ପାସେଞ୍ଜର ଟ୍ରେନ ଚାଲିବା ନେଇ ଦାବି ହୋଇ ଆସୁଥିଲା । ଶେଷରେ ଦାବି ପୂରଣ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରାଳୟ । ତେବେ ଏହି ଲୋକାର୍ପଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନୂତନ ପାସେଞ୍ଜର ଟ୍ରେନକୁ ଫୁଲରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି । ଆଉ କିଛି ସମୟର ଅପେକ୍ଷା ପରେ ଏହାକୁ ଲୋକର୍ପଣ କରିବେ ରେଳ ମନ୍ତ୍ରୀ ।

ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରିବାସୀଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଉଛି । ଏହା ପ୍ରଧାନମନ୍ତ୍ରୀଙ୍କ ଅବଦାନ ବୋଲି ସାଂସଦ ଷଡ଼ଙ୍ଗୀ କହିଛନ୍ତି । ତେବେ ଏହି ଶୁଭ ମୁହୁର୍ତ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ମଧ୍ୟ ଉପସ୍ଥିତ ରହିବେ ।

Leave A Reply

Your email address will not be published.