Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜ୍ୱରରୁ ଉପଶମ ପାଇଁ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡିତ ଚତୁର୍ଦ୍ଧା ମୁର୍ତ୍ତି । ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ଏବେ ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ଆଜି ମହାପ୍ରଭୁଙ୍କ ଶରୀରରେ ଫୁଲୁରି ତେଲ ଲାଗି ହୋଇଛି  । ଅଣସରରର ୫ମ ଦିନରେ ଶ୍ରୀଅଙ୍ଗରେ ଲାଗିହୋଇଛି ଫୁଲୁରୀ ତେଲ ।

ମଧ୍ଯାନ୍ନ ଧୂପ ପରେ ବଡ ଓଡିଆ ମଠରୁ ଦୁଇଟି ମାଟିହାଣ୍ଡି ଫୁଲୁରୀ ତେଲ ଆସି ଗାରଦରେ ରଖାଯାଏ । ରାତିରେ ଫୁଲୁରୀ ତେଲକୁ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯାଇଥାଏ।  ଫଳରେ  ଧିରେଧିରେ ସୁସ୍ଥ ହେବାରେ ଲାଗନ୍ତି ମହାପ୍ରଭୁ ।

ପେଡା ରାଶି ତେଲ ଆଉ ସୁଗନ୍ଧିତ ଫୁଲ ସବୁକୁ ମିଶାଇ ପ୍ରସ୍ତୁତ ହୋଇଥାଏ ଏହି ଫୁଲୁରୀ ତେଲ । ୨୪ ପ୍ରକାର ଫୁଲ ଓ ୭ ପ୍ରକାର ଚେରମୂଳୀ ଏଥିରେ ମିଶିଥାଏ । ଔଷଧୀୟ ଗୁଣ ସମ୍ପର୍ନ୍ନ ସୁଗନ୍ଧିତ ମଲ୍ଲୀ, କିଆ, ହେନା, ଜୁଇ ,ମଲ୍ଲି , କେତକି ସହ କିଛି ଶୁକ୍ଳ ଧାନ, ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ମାଟିରେ ପୋତିଦିଆଯାଏ ।

ଏହି ମିଶ୍ରଣକୁ ମାଟିତଳେ ଦୀର୍ଘବର୍ଷ ରଖାଯାଏ । ଗତକାଲି ପୋତା ହୋଇଥିବା ଘଡିକୁ କାଢି ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥିଲା | ସେହି ଫୁଲୁରୀ ତେଲକୁ ମହାପ୍ରଭୁଙ୍କ ଶରୀରରେ ମହୌଷଧି ଭାବେ ବ୍ଯବହାର କରାଯାଇଥାଏ ।

ଆଜିଠାରୁ ମହାପ୍ରଭୁଙ୍କର ଓଷ ଲାଗି ହେବ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଫଳରେ କିଛି ମାତ୍ରାରେ ଶ୍ରୀଜିଉ ଜ୍ୱରରୁ ଉପଶମ ପାଇବେ। ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।

 

 

 

Leave A Reply

Your email address will not be published.