Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଦଳର ୬ ଯୁବ ଖେଳାଳିଙ୍କୁ ଦାମୀ କାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ସିରିଜ ବିଜୟୀ କରାଇଥିବା ୬ ଯୁବ କ୍ରିକେଟରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରା ଦାମୀ କାର ଦେବେ ବୋଲି ଘୋଷଣା କରିଛନ୍ତି । ଏହି ୬ଜଣ ଖେଳାଳି ହେଲେ ମହମ୍ମଦ ସିରାଜ, ଟି.ନଟରାଜନ, ଶୁଭମନ ଗିଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ନଭଦୀପ ସୈନି । ଏମାନଙ୍କୁ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଥର-ସୁଭ ଗାଡି ଦିଆଯିବ ।

ଆନନ୍ଦ ଟୁଇଟ କରି ଏ ସମ୍ପର୍କରେ ଜଣାଇଛନ୍ତି । ସୁନ୍ଦର ଓ ନଟରାଜନ ୪ର୍ଥ ଟେଷ୍ଟରେ ଅନ୍ତର୍ଜାତୀୟ ଟେଷ୍ଟ ପ୍ରଥମ ଥର ପାଇଁ ଖେଳିଥିଲେ । ଆନନ୍ଦଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.