ବଲାଙ୍ଗିର: ଗାଈ ଚରାଇବା ଓ ଜମିକୁ ପାଣି ନେବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।
ମୃତକମାନେ ହେଲେ ଶ୍ରୀପତି ଭେଶ୍ରା ଓ ଧନମତ ରାଉତ । ଅନ୍ୟ ଦୁଇ ଗୁରୁତରଙ୍କୁ ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଈ ଚରାଇବା ଓ ଜମିକୁ ପାଣି ନେବାକୁ କେନ୍ଦ୍ର କରି ଜରାସିଂହା ଗାଁରେ ଦୁଇଟି ପରିବାର ମଧ୍ୟରେ ଗଣ୍ଡଗୋଳରୁ ରକ୍ତପାତ ହୋଇଛି।