Latest Odisha News

BREAKING NEWS

ଆନନ୍ଦ ମହିନ୍ଦ୍ରାଙ୍କ ଭାଇରାଲ୍‌ ପୋଷ୍ଟ; ହାତୀ ପିନ୍ଧିଛି ସାର୍ଟ, ପ୍ୟାଣ୍ଟ

ନୂଆଦିଲ୍ଲୀ: ମାର୍ଚ୍ଚ ୩ରେ ଆନନ୍ଦ ମହିନ୍ଦ୍ରା ଏକ ନୂଆ ପୋଷ୍ଟ ସେୟାର କରିଛନ୍ତି। ସେହି ପୋଷ୍ଟରେ ହାତୀର ଫଟୋ ସେୟାର କରିଥିଲେ। କିନ୍ତୁ ଏହି ଫଟୋ ଏକ ସାଧାରଣ ହାତୀର ଫଟୋ ନୁହେଁ। ଏଥିରେ ଏକ ଟ୍ବିଷ୍ଟ୍‌ ଆଣିଛନ୍ତି ଆନନ୍ଦ ମହିନ୍ଦ୍ର। ଯାହାକୁ ଆପଣ ଫଟୋ ଦେଖିଲା ପରେ ହିଁ ଜାଣିପାରିବେ।

ଆନନ୍ଦ ମହିନ୍ଦ୍ରା ଯେଉଁ ଫଟୋଟି ସେୟାର୍‌ କରିଛନ୍ତି ସେଥିରେ ହାତୀଟି ଏକ ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି।

ଫଟୋଟିରୁ ଯାହା ଜଣାପଡ଼ୁଛି ହାତୀଟି ବାଇଗଣୀ ରଙ୍ଗର ସାର୍ଟ ଏବଂ କଳା ରଙ୍ଗର ବେଲ୍ଟ ସହିତ ଧଳା ପ୍ୟାଣ୍ଟ ପିନ୍ଧିଛି ଏକ ମହୋତ୍ସବ‌େରେ ବୁଲୁଛି। ଏହି ଫଟୋ ପୋଷ୍ଟ କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ‘ଅବିଶ୍ୱସନୀୟ ଭାରତ’।

ଏହି ଫଟୋ ଅନଲାଇନରେ ଉପଲବ୍ଧ ହେବାର କିଛି ମିନିଟ ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କ ପୋଷ୍ଟ ବେଶ୍‌ ଭାଇରାଲ ହୋଇଥିଲା।

Leave A Reply

Your email address will not be published.