Latest Odisha News

BREAKING NEWS

ସେକ୍ସ ସିଡି ମାମଲା: ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ

ବେଙ୍ଗାଳୁରୁ: ବିବାଦର କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ରମେଶ ଜାରକିହୋଲି । ସେକ୍ସ ସିଡି ମାମଲାରେ ଏବେ ବିବାଦର ପରିସରରେ ମନ୍ତ୍ରୀ । ବୁଧବାର ରମେଶ ନିଜର ଇସ୍ତଫା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ପଠାଇଛନ୍ତି ।

ରମେଶ ନିଜର ଇସ୍ତଫାରେ କହିଛନ୍ତି, ତାଙ୍କ ଉପରେ ଯେଉଁମାନେ ଅଭିଯୋଗ ଆଣିଛନ୍ତି ତାହା ସତଠାରୁ ବହୁତ ଦୂରରେ । ମୁଁ ଏହି ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ହେବି । ମୋତେ ପୁରା ବିଶ୍ବାସ ରହିଛି, କିନ୍ତୁ ନୈତିକତା ଆଧାରରେ ମୁଁ ଇସ୍ତଫା ଦେଉଛି ।

ଗତ କିଛି ଦିନ ତଳେ କର୍ଣ୍ଣାଟକ​‌ରେ ଜଣେ ସାମାଜିକକର୍ମୀ ସିଡି ଜାରି କରିଥିଲେ । ଯେଉଁଥିରେ ଅଭିଯୋଗ ଥିଲା, ମନ୍ତ୍ରୀ ରମେଶ ଜାରକିହୋଲି ଜଣେ ମହିଳାଙ୍କୁ ଚାକିରୀ ଦେବା ନାମରେ ତାଙ୍କର ଯୌନ ଶୋଷଣ କରିଥିଲେ । ସିଡି ସାମନାକୁ ଆସିବା ପରେ କର୍ଣ୍ଣାଟକ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା । ରମେଶ ଜାରକିହୋଲି କର୍ଣ୍ଣାଟକ ସରକାରରେ ଜଳ ସମ୍ପଦ ମନ୍ତ୍ରୀ ଥିଲେ । 

Leave A Reply

Your email address will not be published.