Latest Odisha News

BREAKING NEWS

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଉପରୁ ଉଠିଲା ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଉପରୁ ଉଠିଲା ଦେଶଦ୍ରୋହ ମାମଲା । ସୁପ୍ରିମ୍‌କୋର୍ଟ ଆଜି ତାଙ୍କୁ ଏକ ବଡ଼ ମାମଲାରୁ ମୁକ୍ତି କରିଛନ୍ତି । ଧାରା ୩୭୦ ହଟାଇବାକୁ ନେଇ ଫାରୁକ୍‌ ଦେଇଥିବା ଦେଶ ବିରୋଧୀ ବୟାନ ବିରୋଧରେ ପୂର୍ବରୁ ସୁପ୍ରିମ୍‌କୋର୍ଟରେ ଏକ ଯାଚିକା ଦାଏର୍‌ ହୋଇଥିଲା । ସୁପ୍ରିମ୍‌ କୋର୍ଟ ଏହାର ଶୁଣାଣି କରି ଏହି ଯାଚିକାକୁ ଖାରଜ କରିଦେଇଥିବା ଜଣାପଡ଼ିଛି ।

ଯାଚିକାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ, ଫାରୁକ୍‌ଙ୍କୁ ଦେଶଦ୍ରୋହି କୁହାଯାଇପାରିବ ନାହିଁ । ସରକାରଙ୍କ ରାୟ ଉପରେ ଅଲଗା ବିଚାର ରଖିବାକୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ । ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଏବଂ ସଂଜୟ କିଷନ୍‌ କୈଲ୍‌ଙ୍କୁ ନେଇ ଗଠିତ ବେଞ୍ଚ କାହାର ଅସନ୍ତୋଷକୁ ଦେଶଦ୍ରୋହ କୁହାଯାଇ ପାରିବ ନାହିଁ ବୋଲି ଏଥିରେ କହିଛନ୍ତି । ଏଥିସହିତ ଯାଚିକାଧାରୀଙ୍କୁ କୋର୍ଟ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ରାଜନୈତିକ ଦଳ ନ୍ୟାସନାଲ କନଫରେନ୍ସ ସେହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲା ଯେଉଁଥିରେ ଦାବି କରାଯାଇଥିଲା, ଏକ ଟେଲିଭିଜନ୍‌ ସାକ୍ଷାତକାରରେ ଫାରୁକ୍‌ କହିଥିଲେ ଚୀନ୍‌ର ସହାୟତାରେ ସମ୍ୱିଧାନର ଅନୁଛେଦ ୩୭୦କୁ କାଶ୍ମୀରରୁ ହଟାଇ ଦିଆଯାଇଛି ।

ଏହାକୁ ନେଇ କୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଏଥିରେ ଫାରୁକ୍‌ ଦେଇଥିବା ବୟାନ୍‌ ଦେଶ ବିରୋଧୀ ଦର୍ଶାଇବା ସହିତ ତାଙ୍କର ସଂସଦ ପଦକୁ ରଦ୍ଦ କରିବା ପାଇଁ କୋର୍ଟକୁ ଅପିଲ୍‌ କରାଯାଇଥିଲା । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।  

Leave A Reply

Your email address will not be published.