ନୂଆଦିଲ୍ଲୀ: ହିମାଚଳ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ଦଳର ପ୍ରମୁଖ ନେତା ଆନନ୍ଦ ଶର୍ମାଙ୍କୁ ପରିଚାଳନା କମିଟି ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମାତ୍ର ଆନନ୍ଦ ଏହି ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଜି୨୩ ଗ୍ରୁପର ଗୁଲାମ ନବୀ ଆଜାଦଙ୍କ ପରେ ଆନନ୍ଦଙ୍କ ଇସ୍ତଫା କଂଗ୍ରେସରେ ସବୁ କିଛି ଠିକ ନାହିଁ ବୋଲି ଦର୍ଶାଯାଉଛି । ଦଳର ବୈଠକରେ ମୋ ପରାମର୍ଶକୁ ଗୁରୁତ୍ୱ ଦିଆ ଯାଉ ନ ଥିବାରୁ ତାଙ୍କ ସମ୍ମାନରରେ ଆଂଚ ଆସିଥିଲା । ଫଳରେ ବାଧ୍ୟ ହୋଇ ଏହି ନିଷ୍ପତି ନେବାକୁ ପଡିଲା ବୋଲି ସେ କହିଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ହିମାଚଳ ପ୍ରଦେଶରେ ନିର୍ବାଚନ ହେବ । ବିଜେପିକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ରଣନୀତି ଆରମ୍ଭ କରିଛି । ଆନନ୍ଦ ଶର୍ମା ୧୯୮୪ରେ ରାଜ୍ୟସଭା ଟିକେଟ ପାଇ ବିଜୟୀ ହୋଇଥିଲେ । ପରେ ତାଙ୍କୁ କଂଗ୍ରେସର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
BREAKING NEWS
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
Comments are closed.