Latest Odisha News

BREAKING NEWS

ଆଜି ଅନନ୍ୟାଙ୍କୁ ପୁଣି ଜେରା କରିବ ଏନ୍‌ସିବି

ମୁମ୍ବାଇ:ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ତୃତୀୟ ପର୍ଯ୍ୟାୟ ଜେରା ପାଇଁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସୋମବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡକାଯାଇଛି। ଶୁକ୍ରବାର ଦିନ ଅନନ୍ୟାଙ୍କୁ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।

ଗତ ଗୁରୁବାର ଦିନ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ଅନ୍ୟମାନେ ଏଜେନ୍ସିର ଯାଞ୍ଚ ସମୟରେ ହ୍ବାଟ୍‌ସ ଆପ୍ ଚାଟରେ ତାଙ୍କ ନାମ ବାହାରିବା ପରେ ଏନସିବି ଅନନ୍ୟାଙ୍କୁ ଜେରା କରିଥିଲା।

ବୁଧବାର ଦିନ, ଏନସିବି ମୁମ୍ବାଇର ବାନ୍ଦ୍ରାସ୍ଥିତ ଅନନ୍ୟାଙ୍କ ଘରେ ଚଢଉ କରି ତାଙ୍କ ବୟାନ ରେକର୍ଡ କରିବା ପାଇଁ ହାଜର ହେବାକୁ ସମନ କରିଥିଲା। ଏହି ଚଢଉରେ ଏନସିବି ଅଧିକାରୀମାନେ ତାଙ୍କ ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରିଥିବା ଜଣାପଡ଼ିଛି।

Comments are closed.