Latest Odisha News

BREAKING NEWS

ଏନସିବି ଅଫିସରେ ଅନନ୍ୟା: ମୋବାଇଲ, ଲ୍ୟାପଟପ ଜବତ

ମୁମ୍ବାଇ: ଚଙ୍କି ପାଣ୍ଡେ ଝିଅ ଅନନ୍ୟା ପାଣ୍ଡେ ଏନସିବି ଅଫିସରେ ହାଜର ହୋଇଛନ୍ତି । ଆର୍ଯ୍ୟନ ଖାଁ ଡ୍ରଗ୍ସ କେସରେ ଅନନ୍ୟା ନାମ ସମ୍ମୁଖକୁ ଆସିଛି । ସକାଳେ ଅନନ୍ୟାଙ୍କ ଘରେ ଏନସିବି ଅଧିକାରୀ ଚଢ଼ାଉ କରିବା ପରେ ଅଫିସକୁ ଆସିବା ପାଇଁ କହିଥିଲେ । ଚଙ୍କି ପାଣ୍ଡେ ଓ ଓକିଲଙ୍କ ସହ ସେ ହାଜର ହୋଇଥିଲେ । ଏନସିବି ଇତିମଧ୍ୟରେ ତାଙ୍କ ମୋବାଇଲ, ଲ୍ୟାପଟପ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ କରିଛି ।

ଆର୍ଯ୍ୟନଙ୍କ ହ୍ୱାଟସଆପ ଚାଟରେ ଡ୍ରଗ୍ସକୁ ନେଇ ମେସେଜ ଦିଆନିଆ ହୋଇଥିଲା । ଅନନ୍ୟା ଷ୍ଟୁଡେଂଟ ଅଫ ଦି ଇୟର ୨ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଛନ୍ତି । ଏହା ପରେ ପତି ପତ୍ନୀ ଓ ୱରେ ମଧ୍ୟ ଅଭିନୟ କରିଥିଲେ ।

Leave A Reply

Your email address will not be published.