Latest Odisha News

BREAKING NEWS

ମମିତା ମେହେର ମୃତ୍ୟୁ ଘଟଣା : କଟକରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ

କଟକ: ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ । ଏହି ଘଟଣାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏନେଇ କଟକରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉଭୟ ମହିଳା ଓ ଯୁବ କଂଗ୍ରେସ। ନଗର ମହିଳା କଂଗ୍ରେସର କର୍ମୀମାନେ ଡିଜିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନଗର ସଭାପତି ଗିରିବାଳା ବେହେରାଙ୍କ ନେତୃତ୍ୱରେ କରାଯାଇଥିବା ଏହି ସମାବେଶରେ ବହୁ ମହିଳା କର୍ମୀ ଯୋଗଦେଇ ପ୍ରତିବାଦ କରିଥିଲେ।

କଳାହାଣ୍ଡି ମହାଲିଙ୍ଗ ସନସାଇନ୍ କଲେଜ୍ ରେ ବହୁ ଅନୈତିକ କାର୍ଯ୍ୟକଳାପ ଚାଲୁଥିବାର ଜାଣିପାରି ଶିକ୍ଷୟିତ୍ରୀ ମମିତା ମେହେର ଘଟଣାର ଫର୍ଦ୍ଦାଫାଶ୍ କରିଦେବେ ବୋଲି ଆଗରୁ ଜଣାଇଥିବା କଥା କହିଛି କଂଗ୍ରେସ । ତେବେ ଘଟଣା ଜଣା ପଡିଯିବା ଭୟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତାଙ୍କୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ମହିଳା ନେତ୍ରୀମାନେ । ଏହାଛଡା ମନ୍ତ୍ରୀମାନେ କଲେଜକୁ କଣ ପାଇଁ ଅନୁକମ୍ପା ଦେଖାଉଥିଲେ ତାହା ସମସ୍ତଙ୍କୁ ଚକିତ କରିଛି। ଏହି ହତ୍ୟା ଘଟଣାରେ ବହୁ ମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି ବୋଲି ବିରୋଧୀ କଂଗ୍ରେସ କହିଛି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଙ୍କୁ ବହିଷ୍କାର କରନ୍ତୁ ବୋଲି ମହିଳା କଂଗ୍ରେସ କହିଛି।

ସେହିପରି ଯୁବ କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି। ଘଟଣାର ସିବିଆଇ ତଦନ୍ତ ହେବା ଦରକାର କହିଛି ଦଳ। ବିଗତ ଦିନମାନଙ୍କରେ ମମିତାଙ୍କ ଭଳି ବହୁ ମହିଳାଙ୍କୁ ଚକ୍ରାନ୍ତ କରି ମାରି ଦିଆଯାଇଛି। ଯାହାକି ଓଡିଶା ଭଳି ରାଜ୍ୟ ସରକାର ମହିଳାମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ଅଭିଯୋଗ କରାଯାଇଛି। ଏହି ଘଟଣା ନୁହେଁ ବଂର ଅଧିକାଂଶ ଘଟଣା ସୂଚାଇ ଦେଉଛି ଯେ,ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୁର୍ଣ୍ଣ ଭୁଶୁଡି ଯାଇଛି ବୋଲି ଯୁବ କଂଗ୍ରେସ କହିଛି।

 

Leave A Reply

Your email address will not be published.