Latest Odisha News

BREAKING NEWS

[ଭିଡିଓ] ଛୁଆ ହାତୀକୁ ବଂଚାଇବାକୁ ଯାଇ କୁମ୍ଭୀରକୁ ମାରିଲା ମାଆ ହାତୀ

ଓଡିଶା ସମ୍ବାଦ ବ୍ୟୁରୋ: ହାତୀ ଏକ ଶାନ୍ତ ଜୀବ ବୋଲି ଆମ ସମସ୍ତଙ୍କର ଧାରଣା ରହିଛି । ହେଲେ ନିଜ ଉପରେ କିମ୍ବା ତା ଛୁଆ ଉପରେ ବିପଦ ଦେଖିଲେ ହାତୀ ଉଗ୍ର ରୂପ ରୂପ ଧାରଣ କରିବାକୁ ବିଳମ୍ବ କରିନଥାନ୍ତି । ଜାମ୍ବିଆ ସଫାରୀରୁ ଏକ ଅବିଶ୍ୱସନୀୟ ଦୃଶ୍ୟ ଅନେକଙ୍କୁ ଚକିତ କରିଛି । ଏହି ଭିଡିଓରେ ଏକ ମାଈ ହାତୀ ନିଜ ଛୁଆକୁ ରକ୍ଷା କରିବାକୁ ଯାଇ ପାଣି ଭିତରେ ଏକ କୁମ୍ଭୀରକୁ ଦଳିଚକଟି ମାରିବାକୁ ପଛାଇନଥିଲା ।

ହାନ୍ସ ହେନ୍ରିକ୍ ହାର୍ ନାମକ ଜଣେ ବ୍ୟକ୍ତି ଏହ ଭିଡିଓଟିକୁ ଉତ୍ତୋଳନ କରିଥିଲେ । ହାନ୍ସଙ୍କ ଅନୁଯାୟୀ ହାତୀ ଦଳ ପାଣି ପିଇବାକୁ ଏକାଠି ହୋଇଥିଲେ । ହେଲେ ସେହି ସମୟରେ ନିଜ ଛୁଆ ପାଖରେ କୁମ୍ଭୀରକୁ ଦେଖି ମାଈ ହାତୀଟି ଏତେଟା ଖୁସୀ ନଥିଲା । ଫଳରେ ପ୍ରଥମେ ନିଜ ଛୁଆଠାରୁ କୁମ୍ଭୀରକୁ ସେ ଦୂରେଇବାକୁ ଚେଷ୍ଟା କରିଥିଲା । ହେଲେ ଚେଷ୍ଟା ବିଫଳ ହେବା ପରେ ମାଈ ହାତୀ ଧାରଣ କରିଥିଲା ଉଗ୍ର ରୂପ । ଉଭୟ ଶୁଣ୍ଢ ଓ ପାଦରେ କୁମ୍ଭୀରକୁ ଦଳିଚକଟି ନିମିଷେକ ମଧ୍ୟରେ ମାରିଦେଇଥିଲା । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.