Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି

ପୁରୀ: ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଆଜି ଖଳି ଲାଗି ଏକାଦଶୀ । ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି ସମ୍ପାଦନ କରିବେ ଦଇତାପତି ସେବାୟତ । ଶ୍ରୀବିଗ୍ରହଙ୍କୁ ଆଜି ଏକାଦଶୀ ତିଥିରେ ଖଳି ଲାଗିରେ ଦଶମୂଳ ଔଷଧ ଲାଗି କରାଯିବା ସହ ତୁଳସୀ ଓ ବିଭିନ୍ନ ରଙ୍ଗୀନ ପୁଷ୍ପ ଲାଗି କରାଯିବାର ପରମ୍ପରା ରହିଛି । ରାଜବୈଦ୍ୟମାନେ ଶାଳପର୍ଣ୍ଣି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଦଶମୂଳରିଷ୍ଟ ମୋଦକ ପ୍ରସ୍ତୁତ କରିଛନ୍ତି । ଦଶମୂଳ ଔଷଧ ଲାଗି ହେବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।

ଗତକାଲି ଦଶମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଗାରଦରେ ଜିମା ଦିଆଯାଇଛି । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅନବସରରେ ଚାଲିଛି ଗୁପ୍ତନୀତି । ଦଇତାପତି ସେବାୟତମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି । ମହାପ୍ରଭୁଙ୍କ ଶରୀର ଖଇଫୁଟା ତାତିରେ କମ୍ପୁଥିବା ବେଳେ ଉପସମ ପାଇଁ ବଡ ଓଡିଆ ମଠରେ ପ୍ରସ୍ତୁତ ଫୁଲୁରୀ ତେଲ ଲାଗି ହୋଇଥିଲା । ଏହା ପରେ ଶ୍ରୀଜୀଉଙ୍କ ଶରୀରରୁ ତାତି ଧିରେ ଧିରେ କମିଛି ।

ହେଲେ ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳକ ଲାଗି କରାଯିବାର ପରମ୍ପରା ରହିଛି । ରାଜବୈଦ୍ୟମାନେ ଶାଳପୂର୍ଣ୍ଣ, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରିଛନ୍ତି ।

ଚକଟା ଓ ପଣା ଭୋଗ ଲାଗି କରାଯିବ। ଏଥିସହ ଦଶମୀ ଅବସରରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଦଶମୂଳ ଔଷଧ ଶ୍ରୀମନ୍ଦିରକୁ ଦିଆଯାଇଛି ।

 

Leave A Reply

Your email address will not be published.