Latest Odisha News

[ଦେଖନ୍ତୁ ଭିଡିଓ] ପୁରୀ ବେଳାଭୂମିରୁ ଉଦ୍ଧାର ହେଲା ଶିବଶକ୍ତି

ପୁରୀ  : ପୁରୀ ବେଳାଭୂମିରେ ଶିବଲିଙ୍ଗ ଶକ୍ତି । ହଠାତ୍ କେଉଁଠାରୁ ଭାସିଆସିଛି ଏହି ଶକ୍ତି । ସମୁଦ୍ରର ଢେଉରେ ଭାସି ଭାସି ଆସି କୂଳରେ ଲାଗିଛି । ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ମନରେ ଅନେକ କୌତୁହଳ। ପ୍ରାଚୀ ହୋଟେଲ ନିକଟ ସମୁଦ୍ରରୁ ସ୍ଥାନୀୟ ମତ୍ସ୍ୟଜୀବ ମାନେ ଉଦ୍ଧାର କରିଛନ୍ତି ଏହି ଶକ୍ତି।

ଏହି ଶକ୍ତି କେବେ ଆଉ କେଉଁଠାରୁ ଭାସିଆସିଛି ତା ବିଷୟରେ କାହାକୁ ବି ଜଣା ନାହିଁ। ଏପରିକି ଏହା କେତେ ବର୍ଷ ପ୍ରାଚୀନ ବୋଲି ମଧ୍ୟ ଜଣାପଡ଼ିନି।
ଶିବଶକ୍ତିକୁ ଦେଖି ଲୋକଙ୍କ ମନରେ ଅନେକ କୌତୁହଳ ଦେଖିବାକୁ ମିଳିଛି । ଏହାର ଉଦ୍ଧାର କରାଯାଇ ପ୍ରତ୍ନତତ୍ତ୍ୱ ବିଭାଗ ଦାୟିତ୍ୱରେ ରଖାଯିବ ବୋଲି ଦାବି ହୋଇଛି । ଏବେ ଏହାକୁ ନେଇ ଅନେକ ଛାନ୍ ଭିନ୍ ଜାରି ରହିଛି।

Comments are closed.