Latest Odisha News

ଶେଷ ହେଲା ଜେମ୍ସ ଆଣ୍ଡରସନଙ୍କ ସ୍ୱର୍ଣ୍ଣିମ କ୍ୟାରିୟର

ଲଣ୍ଡନ: ୱେଷ୍ଟଇଣ୍ଡିଜକୁ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୧୧୪ ରନରେ ପରାଜିତ କରିଛି । ଏଥିସହ ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନଙ୍କ ସ୍ୱର୍ଣ୍ଣିମ କ୍ୟାରିୟର ଶେଷ ହୋଇଛି । କ୍ୟାରିୟରର ଅନ୍ତିମ ଟେଷ୍ଟରେ ଏହି ମହାନ ବୋଲର ୪ଟି ୱିକେଟ ହାସଲ କରିଥିଲେ । ଓଭରାଲ ୭୦୪ ୱିକେଟ ସହ ସେ ତାଙ୍କ କ୍ୟାରିୟର ଶେଷ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଅନ୍ୟ ପ୍ରତିଷ୍ଠିତ ଖେଳାଳିମାନେ ତାଙ୍କ କ୍ରିକେଟ କ୍ୟାରିୟରକୁ ପ୍ରଶଂସା କରିଛନ୍ତି ।

ସଚିନ ଲେଖିଛନ୍ତି ଆରେ ଜିମ୍ମି ୨୨ ବର୍ଷର କ୍ୟାରିୟରରେ ତୁମେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛ । ଆକ୍ସନ, ଗତି, ସ୍ୱିଙ୍ଗ ଓ ଫିଟନେସ ସହ ତୁମକୁ ବୋଲିଂ କରୁଥିବା ଦେଖିବା ବେଳେ ଆତ୍ମ ସନ୍ତୁଷ୍ଟି ମିଳୁଥିଲା । ଆଣ୍ଡରସନ ମଧ୍ୟ ପୂର୍ବରୁ ସଚିନଙ୍କ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି କହିଥିଲେ । ଆଣ୍ଡରସନ ୧୮୮ ଟେଷ୍ଟରେ ୭୦୪ ୱିକେଟ ଅକ୍ତିଆର କରିଛନ୍ତି । ୪୨ ରନରେ ୭ୱିକେଟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । ସେ ୩୨ ଥର ୪ଟି ଏବଂ ୩୨ ଥର ୫ଟି ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।

ସେହିପରି ଦିନିକିଆରେ ୧୯୪ ମ୍ୟାଚ ଖେଳି ୨୬୯ ୱିକେଟ ନେଇଛନ୍ତି । ଆନ୍ତର୍ଜାତୀୟ ଟି୨୦ରେ ୧୯ ମ୍ୟାଚରୁ ୧୮ ଏବଂ ପ୍ରଥମ ଶ୍ରେଣୀ କ୍ରିଟେରେ ୨୯୭ ମ୍ୟାଚରୁ ୧୧୨୨ ୱିକେଟ ନେଇଛନ୍ତି । ଲିଷ୍ଟ ଏରେ ୨୬୧ ମ୍ୟାଚରୁ ୩୫୮ ଓ ଟି୨୦ରେ ୪୪ ମ୍ୟାଚରୁ ୪୧ ୱିକେଟ ହାସଲ କରିଛନ୍ତି ।

Comments are closed.