Latest Odisha News

BREAKING NEWS

ସୀମା ଲଂଘିଲା ଆନ୍ଧ୍ର, କୋଟିଆରେ କଲା ଟିକାକରଣ

କୋରାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ରାଜ୍ୟ ସରକାର କାହିଁ କେବେଠୁ ବିରୋଧ କରିଆସୁଛନ୍ତି । ତଥାପି ସାବାଡ ହେଉନି ଆନ୍ଧ୍ର ସରକାର । ଆଉ ଏବେ କରୋନା ବାହାନାରେ ଆନ୍ଧ୍ରପ୍ରଦେଶ ପୁଣିଥରେ କୋଟିଆରେ ଅନୁପ୍ରବେଶ କରିଛି ।

ବିବାଦୀୟ ପଂଚାୟତ କୋଟିଆର ୨୧ ଖଣ୍ଡ ଗାଁର ୪୫ରୁ ଅଧିକ ବୟସର ଲୋକଙ୍କୁ ଆନ୍ଧ୍ର ସରକାର ଟିକାକରଣ କରିଛି । ଆନ୍ଧ୍ରର ସରକାରୀ କର୍ମଚାରୀ ପିଆଇଟିଡିଏ କୁର୍ମା ନାଥଙ୍କ ନିର୍ଦ୍ଦେଶରେ ଗାଁକୁ ଗାଁ ବୁଲି ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ କୋଭିଡ୍ ଭାକ୍ସିନ୍ ଦେଇଥିଲେ ।

ପଂଚାୟତର ଅପହଂଚ ଇଲାକା କୋଡମାରେ ମଧ୍ୟ ଲୋକଙ୍କ ଭୋଟର କାର୍ଡ ପଂଜିକରଣ କରିବା ସହିତ ଟିକାକରଣ କରାଯାଇଥିଲା । କୋଟିଆ ପଂଚାୟତର ଉପର ସେମ୍ବି, ତଳ ସେମ୍ବି, ଧୂଳି ପଦର, ଗଂଜେଇ ପଦର, ପାଟ ସନେରି ଓ ଫଗୁଣ ସେନେରିର ଲୋକମାନଙ୍କୁ ଟିକାକରଣ କରାଯାଇଥିଲା । ଟିକାକରଣ ସମୟରେ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ହେଲେ କେହି ଆନ୍ଧ୍ରର ଅନୁପ୍ରବେଶକୁ ବିରୋଧ କରିନଥିଲେ । ଆନ୍ଧ୍ରର ଅନୁପ୍ରବେଶ ଓ ଟିକାକରଣକୁ ନେଇ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ରଖିନି ।

Leave A Reply

Your email address will not be published.