Latest Odisha News

BREAKING NEWS

ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାରଙ୍କ ରାସ୍ତା ନିର୍ମାଣ !

ପାରଳାଖେମୁଣ୍ଡି: ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାରଙ୍କ ଏକ ରାସ୍ତା ନିର୍ମାଣକୁ ଗଜପତି ଜିଲ୍ଲା ଅନ୍ତର୍ଗତ ଖିଙ୍ଗା ଗ୍ରାମର ଅଧିବାସୀମାନେ ବିରୋଧ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲାର କଟିୟା, ଗୁଡ଼ିଖୁଡ଼ି ଏବଂ ମାଧିଆଖୋଲା ଗ୍ରାମରେ ଆନ୍ଧ୍ର ସରକାର ଆନ୍ଧ୍ର୍ ସରକାର ଆରମ୍ଭ କରିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ।

ତେବେ କିଛିଦିନ ପରେ ପୁଣି ଆନ୍ଧ୍ର ସରକାର ଓଡ଼ିଶା ଗଜପତି ଜିଲ୍ଲାର ଖିଙ୍ଗା ଗ୍ରାମରେ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାର ଏହି ସଡ଼କ ନିର୍ମାଣ କରିବା ନେଇ ବିଭିନ୍ନ ପ୍ରିଣ୍ଟ ମିଡ଼ିଆ ତଥା କିଛି ଇଲେକ୍ଟେ୍୍ରାନିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ନିର୍ମାଣ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ତୁରନ୍ତ ବନ୍ଦ କରିଦେବା ସହିତ ସୀମାର ମାପ ନେଇ ଏକ ସାଇନବୋର୍ଡ଼ ଲଗାଇଦେଇଛନ୍ତି । ଆନ୍ଧ୍ର୍ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ଲାଗି ବିଭିନ୍ନ ଆନୁଷଙ୍ଗିକ ଜିନିଷ ସହିତ ଓଡ଼ିଶା ସୀମା ମଧ୍ୟରେ ବ୍ୟାପକ ଗୋଡ଼ି ବିଛାଇଥିଲେ । ରାସ୍ତା ତେବେ ଯାହାବିହେଉ, ଆନ୍ଧ୍ର ସରକାର ଆରମ୍ଭ କରିଥିବା ଏହି ନିର୍ମାଣକାର୍ଯ୍ୟକୁ ଗ୍ରାମବାସୀମାନେ ମିଳିତ ଦୃଢଭାବେ ନିନ୍ଦା କରିବା ସହିତ ବିରୋଧ କରିଛନ୍ତି ।

“ଅବଶ୍ୟ ଓଡ଼ିଶା ସରକାର ଦୃଢ ପଦକ୍ଷେପ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ସ୍ଥାନରେ ସୀମା ମାପ ନେଇ ସାଇନବୋର୍ଡ଼ ଲଗାଇଛନ୍ତି, କିନ୍ତୁ ଆନ୍ଧ୍ର ପ୍ରଦେଶ ସରକାର ଏହାକୁ ନମାନି ଗୁଣ୍ଡାଗିରି କରିବା ପରି ନିର୍ମାଣ କାର୍ଯ୍ୟ କରୁଛନ୍ତି । ଆନ୍ଧ୍ର ସରକାରଙ୍କ ଏହି ବେଆଇନ ସଡ଼କ ନିର୍ମାଣକୁ ବନ୍ଦ କରିବା ଏହା ହେଉଛି ଓଡ଼ିଶା ସରକାର, ଗଜପତି ଜିଲ୍ଲା ପ୍ରଶାସନ ତଥା ଗଜପତି ଜିଲ୍ଲାବାସୀଙ୍କ ଦାୟିତ୍ୱ,”ବୋଲି ମଙ୍ଗଳବାର ଦିନ ଗଣମାଧ୍ୟମକୁ କହିଛନ୍ତି ଗଜପତି ବାର୍ ଆସୋସିଏସନର ସଭାପତି ରାମନାଥ ମିଶ୍ର ।

ଏହି ଘଟଣାରେ ଗଭୀର ଚିନ୍ତାବ୍ୟକ୍ତ କରି ଖିଙ୍ଗା ଗ୍ରାମର ବାସିନ୍ଦା ବିଭୁତି ଭୂଷଣ ବେହେରା କହିଛନ୍ତି, ଏହା ଓଡ଼ିଶା-ଆନ୍ଧ୍ରର ଏକ ସୀମା ବିବାଦ । ଯେଉଁପରି ଭାବରେ ଆନ୍ଧ୍ର ପ୍ରଦେଶ ସରକାର ଓଡ଼ିଶା ସୀମା ମଧ୍ୟରେ ସଡ଼କ ନିର୍ମାଣ କରୁଛନ୍ତି ତାହା ଘୋର ଅପମାନଜକ । ଓଡ଼ିଶା ସରକାର ଏହି ଘଟଣା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ନଚେତ୍ ଗଜପତି ଜିଲ୍ଲାବାସୀ ଆନ୍ଦୋଳନ ଲାଗି ରାସ୍ତାକୁ ଓହ୍ଲାଇବେ,” ।

ଏହି ଘଟଣା ସମ୍ପର୍କରେ କାଶୀନଗର ତହସିଲଦାର ଆୟୁବ ମଣ୍ଡଳ କହିଛନ୍ତି, “ଆମେ ଏହି ଘଟଣା ସମ୍ପର୍କରେ ଆନ୍ଧ୍ର ସରକାରଙ୍କୁ ଅବଗତ କରି ଏହି ବେଆଇନ ନିର୍ମାଣକାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ କହିବୁ” ।

Leave A Reply

Your email address will not be published.