Latest Odisha News

BREAKING NEWS

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ, ଗୃହରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ରାଜ୍ୟ ବିଧାନସଭା ମୌସୁମୀକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି । ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିସହିତ ଗୃହ ମଧ୍ୟରେ ୧ ମିନିଟ୍ ର ନିରବ ଶୋକ ପାଳନ କରାଯାଇଥିଲା ।

ସୂଚନା ଅନୁଯାୟୀ ଅଧିବେଶନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏବଂ ଏହା ପରେ ସମସ୍ତେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମେତ ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୋମନାଥ ଚାଟାର୍ଜୀ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏମ.କରୁଣାନିଧି, ଓଡିଶାର ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସ ମହାପାତ୍ର, ପୂର୍ବତନ ବିଧାୟକ ସୂର୍ଯ୍ୟମଣୀ ଜେନା, ମୁରଲୀଧର କୁଅଁର, ବ୍ରଜକିଶୋର ମହାନ୍ତି ଏବଂ ମାଓବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡିଶା ପୋଲିସର ପୂର୍ବତନ କନଷ୍ଟେବଳ ସ୍ୱର୍ଗତ ସଞ୍ଜୟ ମାଝୀଙ୍କ ବିୟୋଗରେ ଗୃହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ତେବେ ଏହା ପରେ ସମସ୍ତ ସ୍ୱର୍ଗତଙ୍କ ସମ୍ମାନାର୍ଥେ ବାଚସ୍ପତି ପ୍ରଦୀପ କୁମାର ଅମାତ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିରୋଧି ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ବାଚସ୍ପତି ପ୍ରଦୀପ କୁମାର ଅମାତ ଏବଂ ଗୃହର ସମସ୍ତ ସଦସ୍ୟ ସ୍ୱର୍ଗତମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.