Latest Odisha News

‘ଓଏଫଡିସି’ର ନୂଆ ୱେବସାଇଟ୍, ରହିବ ସିନେମାର ସମସ୍ତ ତଥ୍ୟ

କଟକ : ଓଡିଶା ଚଳଚ୍ଚିତ୍ର ଉନ୍ନୟନ  ନିଗମ (ଓଏଫଡିସି)ର ନୂଆ ୱେବସାଇଟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଏନଆଇସିର ନିର୍ଦ୍ଦେଶକ ଓ ବୈଷୟିକ ନିର୍ଦ୍ଦେଶକ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରୀପାଠୀଙ୍କ ସହ ଆଲୋଚନା କରାଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହାର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରେ ସିନେମା ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଏହି ନିଗମ କାର୍ଯ୍ୟ କରୁଛି । ଏଥିସହିତ ୱେବସାଇଟରେ ଆମେ ଅନଲାଇନ ସିନେମା ସଂଗ୍ରହାଳୟ ଖୋଲିବାକୁ ମଧ୍ୟ ଚିନ୍ତା କରୁଛି ।

ଏଥିରେ ରାଜ୍ୟର ସମସ୍ତ ଅଭିନେତା, ଟେକ୍ନିସିଆନ୍, ନିର୍ଦ୍ଦେଶକ, ପ୍ରଯୋଜକ, କୋରିଓଗ୍ରାଫର, ସଙ୍ଗୀତ ଦୁନିଆ ସହ ଜଡିତ ସମସ୍ତଙ୍କ ତଥ୍ୟ ଅପଲୋଡ କରାଯିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ରାଜ୍ୟରେ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବାପାଇଁ ନିଆଯାଉଥିବା ପଦକ୍ଷେପ ଗୁଡିକୁ ମଧ୍ୟ ପ୍ରଦର୍ଶିତ କରାଯିବ ।

ଅନ୍ୟପକ୍ଷରେ କଳିଙ୍ଗ ଷ୍ଟୁଡିଓ, ବିଭିନ୍ନ ସୁଟିଂ ସ୍ଥାନ ଏବଂ ନୂଆ ଚଳଚ୍ଚିତ୍ର ବାବଦରେ ମଧ୍ୟ ଏହି ନୂତନ ୱେବସାଇଟରେ ସୂଚନା ରହିବ ।

Leave A Reply

Your email address will not be published.