ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ପୁଣି ବଢିଲା କରୋନା କର୍ଫ୍ୟୁ। ଜୁନ୍ ୨୦ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ଆନ୍ଧ୍ର ସରକାର। ଏ ନେଇ ଆନ୍ଧ୍ର ସରକାର ସୋମବାର ପୂର୍ବରୁ ଜାରି ରହିଥିବା କରୋନା କର୍ଫ୍ୟୁ ଅବଧିକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ତେବେ କରୋନା କର୍ଫ୍ୟୁ ବଢିବା ସହିତ କଟକଣାକୁ କିଛିଟା କୋହଳ ମଧ୍ୟ କରାଯାଇଛି। ନୂତନ ଆଦେଶ ଅନୁଯାୟୀ, ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣାରେ କୋହଳ କରାଯିବ। ଏହାସହିତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସକାଳ ୮ ଟାରୁ ୨ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯିବ।
Comments are closed.