Latest Odisha News

BREAKING NEWS

କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର

କୋରାପୁଟ : କୋଟିଆ ପରେ ଦେଓମାଳି ଉପରେ ରହିଛି ଆନ୍ଧ୍ରର ନଜର । ଆନ୍ଧ୍ର ଅଧିକାରୀଙ୍କ ଏକ ଟିମ୍ କୋଟିଆ ଗସ୍ତ କରିବା ପରେ ଏଭଳି ସନ୍ଦେହ ଘନୀଭୂତ ହୋଇଛି । ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପାର୍ବତୀପୁରମ ପିଏ ଆଇଟିଡିଏ, ସାଲୁର ମଣ୍ଡଳର ଅଧିକାରୀମାନେ କୋଟିଆ ଗସ୍ତ କରିଛନ୍ତି । ଦେଓମାଳି ପରିଦର୍ଶନ କରିବା ପରେ କୋଟିଆର ବିବାଦୀୟ ଗ୍ରାମକ ପରିଦର୍ଶନ କରିଥିଲେ ଆନ୍ଧ୍ର ଅଧିକାରୀ ।

ଆନ୍ଧ୍ର ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ତେବେ କୋରାପୁଟ ପ୍ରଶାସନକୁ ସୂଚନା ନଦେଇ ଆନ୍ଧ୍ରର ଅଧିକାରୀମାନେ ଦେଓମାଳି ଗସ୍ତ କରିଥିବା ଜଣାପଡ଼ିଛି । ସେହିପରି ଆନ୍ଧ୍ର ପ୍ରଶାସନର କୌଣସି କାର୍ଯ୍ୟକ୍ରମ କୋଟିଆରେ କରାଇ ଦିଆଯିବ ନାହିଁ କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଆନ୍ଧ୍ରର ଏଭଳି କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.