Latest Odisha News

BREAKING NEWS

ଏକାଠି ରିଲିଜ୍ ହେବ ୪ ହାଇ ବଜେଟ୍ ମୁଭି, କିଏ ମାରିବ ବାଜି ?

ମୁମ୍ବାଇ: ବହୁ କଳ୍ପନାଜଳ୍ପନା ପରେ ମିଷ୍ଟର୍ ପରଫେକ୍ସନିଷ୍ଟ ଅମିର ଖାନଙ୍କ ଫିଲ୍ମ ଲାଲ୍ ସିଂ ଚଢା ଆସନ୍ତା ବର୍ଷ ଅପ୍ରେଲ୍ ୧୪ରେ ରିଲିଜ୍ ହେବା ନେଇ ସ୍ଥିର ହୋଇଛି । ହେଲେ ଏହି ରିଲିଜ୍ ଡେଟ୍ ଆମିରଙ୍କୁ ସାମାନ୍ୟ ଚିନ୍ତାରେ ପକାଇଛି । କାହିଁକି ନା ଠିକ୍ ସେହି ଦିନ ଦୁଇଟି ସାଉଥ୍ ଫିଲ୍ମ ସହ ଅନ୍ୟ ଏକ ବଲିଉଡ୍ ଫିଲ୍ମ ମଧ୍ୟ ରିଲିଜ୍ ହେବାକୁ ଯାଉଛି ।

ଆସନ୍ତା ବର୍ଷ ଆମିରଙ୍କୁ ବକ୍ସ ଅଫିସରେ ଟକ୍କର ଦେବେ କନ୍ନଡ ଷ୍ଟାର ୟସ୍‌, ସୁପରଷ୍ଟାର ପ୍ରଭାସ୍ ଓ ବରୁନ୍ ଧୱନ୍ । ଏକାଠି ରିଲିଜ ହେବାକୁ ଯାଉଛି ଆମିରଙ୍କ ଲାଲ୍ ସିଂ ଚଢା, ପ୍ରଭାସଙ୍କ ସଲାର୍‌, ୟସଙ୍କ କେଜିଏଫ୍‌-୨ ଓ ବରୁନଙ୍କ ଫିଲ୍ମ ଭେଡିଆ ।

୨୦୨୨, ଅପ୍ରେଲ୍ ୧୪’ରେ ଦେଖିବାକୁ ମିଳିବ ବଲିଉଡର ସବୁଠୁ ବଡ ବକ୍ସ ଅଫିସ୍ ଫାଇଟ୍ । ୪ଟି ହାଇ ବଜେଟ୍ ତଥା ପାୱାର ପ୍ୟାକ୍‌ଡ ଫିଲ୍ମ ମଧ୍ୟରୁ କିଏ ବାଜିମାତ୍ କରିବ, ସେ ନେଇ ଫିଲ୍ମ କ୍ରିଟିକ୍ ଗଣିତ କଷିବା ଆରମ୍ଭ କରିଦେଇଛନ୍ତି । ତେବେ ଆସନ୍ତା ବର୍ଷ ଅପ୍ରେଲ୍ ମାସରେ ୪ଟି ଫିଲ୍ମକୁ ବାଦ୍ ଦେଲେ ଅମିତାଭ-ଅଜୟ ଦେବଗନଙ୍କ ଫିଲ୍ମ ମେ’ ଡେ’, କଙ୍ଗନାଙ୍କ ମୁଭି ଧାକଡ୍‌, ଆର.ମାଧବନଙ୍କ ରକେଟ୍ରି ଓ ଟାଇଗର ସ୍ରଫଙ୍କ ଆକ୍ସନ୍ ଥ୍ରିଲର୍ ଫ୍ଲିକ୍ ହିରୋପନ୍ତି-୨ ମଧ୍ୟ ରିଲିଜ୍ ହେବ । ଏବେ ଦେଖିବାକୁ ରହିଲା ୨୦୨୨, ଅପ୍ରେଲ୍ ମାସର ବକ୍ସ ଅଫିସ୍ ଫାଇଟରେ କିଏ ସବୁଠୁଅଧିକ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହେଉଛି ।

Leave A Reply

Your email address will not be published.