Latest Odisha News

ଅଯୋଧ୍ୟାରେ ୧୦୦ କୋଟି ବ୍ୟୟରେ ନିର୍ମିତ ହେବ ଭଗବାନ ଆଦିନାଥଙ୍କ ମନ୍ଦିର

ଅଯୋଧ୍ୟା: ଭଗବାନ ଋଷଭ ଦେବଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ଭଗବାନ ଆଦିନାଥଙ୍କ ମନ୍ଦିର । ଲକ୍ଷ୍ନୌର ଆର୍କିଟେକ୍ଟ ଏହାର ନକ୍ସା ପ୍ରସ୍ତୁତ କରି ସାରିଛନ୍ତି । ଭଗବାନ ଶ୍ରୀରାମ ମନ୍ଦିରଠାରୁ ଏକ କିଲୋମିଟର ଦୂରରେ ଏହା ନିର୍ମିତ ହେବ ବୋଲି ଦିଗମ୍ବର ଜୈନ ଅଯୋଧ୍ୟା ତୀର୍ଥ କ୍ଷେତ୍ର କମିଟି ଅଧ୍ୟକ୍ଷ ରବୀନ୍ଦ୍ର କୀର୍ତିଜି ମହାରାଜା କହିଛନ୍ତି । ଜୈନ ସମାଜ ନିକଟରେ ୭ ଏକର ଜମି ରହିଛି । କେନ୍ଦ୍ର ସରକାର ଆଉ ୫ ଏକର ଜମି ଦେବା ନେଇ ଆଲୋଚନା ଚାଲିଛି ।

ଅଯୋଧ୍ୟାକୁ ଜୈନ ସମାଜ ଶାସ୍ୱତ ତୀର୍ଥ ଭାବେ ବିବେଚନା କରନ୍ତି । ଏଠାରେ ୨୪ ତୀର୍ଥକର ଜନ୍ମ ନେଇଛନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ଚତୁର୍ଥ କାଳରେ ଅଯୋଧ୍ୟାରେ ୫ ତୀର୍ଥକର ଜନ୍ମ ନେଇଥିଲେ । ସେମାନେ ହେଲେ ଆଦିନାଥ ତୀର୍ଥକର, ଭଗବାନ ଋଷଭ ଦେବ, ଭଗବାନ ଅଜିତନାଥ, ଭଗବାନ ଅଭିନନ୍ଦନ ଓ ଭଗବାନ ଅନନ୍ତନାଥ । ସେମାନଙ୍କ ଚରଣ ସ୍ଥାନର ବିକାଶ ଯୋଗୁ ଅଯୋଧ୍ୟା ଜୈନ୍ୟ ଧର୍ମ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ହେବ ।

Leave A Reply

Your email address will not be published.