Latest Odisha News

BREAKING NEWS

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ଫାଟୁସେନେରୀରେ କଲେ ମହିଳା ମଣ୍ଡଳ ସମାବେଶ

କୋରାପୁଟ : ଦିନକୁ ଦିନ କୋଟିଆରେ ବଢ଼ି ଚାଲିଛି ଆନ୍ଧ୍ରର ଦାଦାଗିରି । ପ୍ରତିଦିନ ଏହି ଅଞ୍ଚଳରେ କିଛି ନା କିଛି କାର୍ଯ୍ୟ କରି ନିଜର ସ୍ଥିତି ଜାହିର କରିବାକୁ ଚାହୁଁଛି ଆନ୍ଧ୍ର । କେତେବେଳେ ଏସବୁ ଅଞ୍ଚଳରେ ରାସ୍ତା କାମ କରୁଥିବା ବେଳେ, ଆଉ କେତେ ବେଳେ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରି ବୋର୍ଡ ମାରୁଛି । ଆଉ ଏବେ ମହିଳା ସଙ୍ଗମ ବୈଠକ କରିଛି ଆନ୍ଧ୍ର ସରକାରଙ୍କ ଜୀବିକା ମିଶନ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବାଇ. ସତ୍ୟମ୍ ନାଇଡୁ କୋଟିଆର ଫାଟୁସେନେରୀ ଗାଁରେ ମହିଳା ମଣ୍ଡଳ ବୈଠକ ଆୟୋଜନ କରିଛନ୍ତି । ଏହି ଅବସରରେ ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି ।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଓାଇଏସଆର ଭେଲୁଗୁ ଯୋଜନାରେ ଋଣ ପ୍ରଦାନ କରାଯାଉଥିବା ଜଣାପଡିଛି । ୨ଟି ଚାଉଳ କାର୍ଡ, ୬ଟି ପେନସନ ଓ ୩୩ଟି ଗୃହ ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି । ବାହାରୁ ଋଣ ନ ଆଣିବାକୁ ଅଧିକାରୀମାନେ କହିଥିବା ବେଳେ, ଚାଷ ସଂପର୍କରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଆନ୍ଧ୍ର ଅଧିକାରୀ ଗ୍ରାମବାସୀଙ୍କ ଆଶ୍ବାସନା ଦେଇଛନ୍ତି । ଫାଟୁସେନେରୀ, ଉପରମାଣ୍ଡିଙ୍ଗୀ ଓ ସଲଫଗୁଡା ଗ୍ରାମର ଏସଏଚଜି ମହିଳାମାନେ ଯୋଗ ଦେଇଥିଲେ । ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ଆନ୍ଧ୍ରର ଦାଦାଗିରି ବୃଦ୍ଧି ପାଉଥିବା ବେଳେ, ଆନ୍ଧ୍ରର ଅନୁପ୍ରବେଶକୁ ବିରୋଧ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.