Latest Odisha News

BREAKING NEWS

ଅପହଞ୍ଚ ଅଞ୍ଚଳରେ ନୂଆ ଟାଓ୍ବାର ବସାଇବାକୁ ରାଜି ହେଉନି ବିଏସଏନଏଲ

ଭୁବନେଶ୍ବର : ନୂଆ ଟାଓ୍ବାର ବସାଇବାକୁ ଆଉ ରାଜି ନାହିଁ ବିଏସଏନଏଲ । ତେଣୁ ଅପହଞ୍ଚ ଅଞ୍ଚଳରେ ଫୋନ୍ ଟାଓ୍ବାର ବସାଇବାକୁ ଘରୋଇ କମ୍ପାନୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଓ ଗଜପତିର କିଛି ଅଞ୍ଚଳରେ ମୋବାଇଲ ନେଟଓ୍ବର୍କ ସମସ୍ୟା ରହୁଛି । ଏସବୁ ଅଞ୍ଚଳ ଭୌଗଳିକ ଦୃଷ୍ଟିରୁ ମଧ୍ୟ ଅପହଞ୍ଚ ରହିଛି । ତେଣୁ ଏଠାରେ ମଧ୍ୟ ଘରୋଇ କମ୍ପାନୀ ବି ଟାଓ୍ବାର ବସାଇବାକୁ ରାଜି ହେଉନାହାନ୍ତି ।

ଏସବୁ ଅପହଞ୍ଚ ଇଲାକାରେ ଜନସଂଖ୍ୟା କମ ରହୁଥିବାରୁ ଘରୋଇ ମୋବାଇଲ କମ୍ପାନୀ ନିଜର ଫାଇଦା ଦେଖୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାଲକାନଗିରିରେ ଏୟାରଟେଲ ସହାୟତାରେ ନେଟଓ୍ବିର୍କ ଦିଆଯାଇଛି । ତେଣୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖାଯାଇଛି । ଘରୋଇ କମ୍ପାନୀଙ୍କ ସହ ବୈଠକ କରି ରାଜ୍ୟର ଅପହଞ୍ଚ ଅଞ୍ଚଳରେ ମୋବାଇଲ ଟାଓ୍ବାର ବସାଇବାକୁ ଅନୁରୋଧ କରିଛନ୍ତି ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ସେହିପରି ମାଓ ପ୍ରବଣ ଅଞ୍ଚଳରେ ପୋଲିସ ଥାନା ଓ ଅନ୍ୟ ସରକାରୀ ଅଫିସରେ ଟାଓ୍ବାର ବସାଇବାକୁ ଅନୁମତି ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.