Latest Odisha News

BREAKING NEWS

ନିମ୍ନ ଜାତିର ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଏଣ୍ଟ୍ରି ମନା!

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଏକ ସ୍କୁଲ୍‌ରେ ଉଚ୍ଚ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭିନ୍ନ ଧରଣର ସୁବିଧା ରହିଥିବା ବେଳେ ତାଠାରୁ ନିମ୍ନ ଜାତିର ଛାତ୍ରଛାତ୍ରୀଙ୍କ ଲାଗି ଏକ ପୃଥକ ବ୍ୟବସ୍ଥା ରହିଥିବା ଦେଖିବାକୁ ମିଳିଛି। ଏମିତିକି ଲୋୟର କାଷ୍ଟର ଛାତ୍ରଛତ୍ରୀମାନଙ୍କୁ ନୂତନ ବିଲ୍ଡିଂରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।

ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ଶିକ୍ଷା ବିଭାଗର ଅଧିକାରୀମାନେ ଉଚ୍ଚ ଜାତିର ଛାତ୍ରଛତ୍ରୀମାନଙ୍କୁ ଏକ ଉନ୍ନତମାନର, ନୂତନ ଭାବେ ନିର୍ମିତ କୋଠା ଯୋଗାଇ ଦେଇଥିବାବେଳେ ଅନ୍ୟ ଛାତ୍ରମାନେ ପୁରୁଣା ବିଲ୍ଡିଂରେ ବସିବାକୁ ବାଧ୍ୟ କରିଥିଲେ।

ଗ୍ରାମବାସୀ ଦାବି କରିଛନ୍ତି ଯେ ଉଚ୍ଚ ଜାତିର ଛାତ୍ରଛତ୍ରୀମାନଙ୍କୁ ନୂତନ ବିଲ୍ଡିଂକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେମାନଙ୍କୁ ସମସ୍ତ ପ୍ରକାର ଆଧୁନିକ ସୁବିଧା ଯୋଗାଇ ଦିଆଯାଇଯାଇଥିଲା। ଅନ୍ୟପଟେ ଅନ୍ୟ ଛାତ୍ରଛତ୍ରୀମାନଙ୍କୁ ବିଦ୍ୟାଳୟର ପୁରୁଣା ବିଲ୍ଡିଂରେ ବସିବାକୁ ବାଧ୍ୟ କରାଯାଇଥିଲା। ମୋଟ ୨୬ ଜଣ ଛାତ୍ର ଏହି ଜାତିଗତ ଭେଦଭାବର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

ଏ ନେଇ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଅଭିଯୋଗ କରାଯିବା ସହିତ ଛାତ୍ରାଛାତ୍ରୀଙ୍କ ସହିତ ଜାତିଗତ ଭେଦଭାବ ପାଇଁ ଗ୍ରାମ ସରପଞ୍ଚଙ୍କୁ ଦାୟୀ କରାଯାଇଥିବା ଜଣାପଡ଼ିଛି।

Comments are closed.