Latest Odisha News

BREAKING NEWS

ରାଜ୍ୟରେ ହଜାରେ ଟପିଲା କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୨୧୬ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣ ପୁଣି ଥରେ ହଜାରେ ଟପିଲା । ରାଜ୍ୟରେ ଦିନକରେ ୧୨୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୧୦ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୫୦୬ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଖୋର୍ଦ୍ଧାରେ ୪ଶହ ଉପରେ ଟପିଛି କରୋନା ସଂକ୍ରମଣ ସଂଖ୍ୟା ।

ଅନୁଗୁଳରୁ ୬ଜଣ, ବାଲେଶ୍ୱରରୁ ୨ଜଣ, ବରଗଡ଼ରୁ ୨୧ଜଣ, ଭଦ୍ରକରୁ ୬ଜଣ, ବଲାଙ୍ଗିରରୁ ୧୪ଜଣ, ବୌଦ୍ଧରୁ ଜଣେ, କଟକରୁ ୮୦ଜଣ, ଦେବଗଡ଼ରୁ ୮ଜଣ, ଢ଼େଙ୍କାନାଳରୁ ୪ଜଣ, ଗଜପତିରୁ ୧ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂହପୁରରୁ ୧୩ଜଣ, ଯାଜପୁରରୁ ୪୭ଜଣ, ଝାରସୁଗୁଡ଼ାରୁ ୩୩ଜଣ, କଳାହାଣ୍ଡିରୁ ୪ଜଣ କରୋନା ସଂକ୍ରମିତ ଅଛନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୯ଜଣ, କେନ୍ଦୁଝରରୁ ୨୫ଜଣ, ଖୋର୍ଦ୍ଧାରୁ ୪୫୬ଜଣ, କୋରାପୁଟରୁ ୩ଜଣ, ମୟୁରଭଞ୍ଜରୁ ୪୦ଜଣ, ନବରଙ୍ଗପୁରରୁ ୧୩ଜଣ, ନୟାଗଡ଼ରୁ ୩ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୩୦ଜଣ, ରାୟଗଡ଼ାରୁ ୮ଜଣ, ସମ୍ବଲପୁରରୁ ୯୯ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୧୬୬, ଷ୍ଟେଟ୍ ପୁଲରୁ ୧୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୫୭ହଜାର ୮୭୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ୧୦ ଲକ୍ଷ ୪୫ହଜାର ୩୭୬ଜଣ ସୁସ୍ଥ ଅଛନ୍ତି । ଏବେ ସୁଦ୍ଧା ୩ହଜାର ୯୮୧ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.