କୋଟିଆ:ପୁଣି ଆନ୍ଧ୍ର ଅଧିକାରୀଙ୍କ କୋଟିଆରେ ଅନୁପ୍ରବେଶ । କୋଟିଆବାସୀଙ୍କୁ ଜନଜଣନା ସମ୍ପର୍କରେ ପଚାରି ବୁଝିବା ସହିତ ଲୋକଙ୍କ ଭୋଟର ତାଲିକାରେ ନାଁ ରହିଛି କି ନାହିଁ ତଦନ୍ତ କରିଥିଲେ । କୋଟିଆ ପଞ୍ଚାୟତର କିଛି ଗାଁରେ ଆନ୍ଧ୍ରପ୍ରଦେଶର ସାଲୁର ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀମାନେ ପ୍ରବେଶ କରିଛନ୍ତି। ଜନଗଣନା ସମ୍ପର୍କିତ ପୁରୁଣା ଫର୍ମ ସଂଗ୍ରହ ଓ ଡିଜିଟାଇଜେସନ ଯାଞ୍ଚ କରିଥିବା ସୂଚନା ମିଳିଛି।
ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ମନ୍ୟମ ଜିଲ୍ଲା ଅନ୍ତର୍ଗତ ସାଲୁର ତହସିଲଦାର ସୁରେଶ ବାବୁ ନିଜ ଟିମ୍ ସହ କୋଟିଆ ପଞ୍ଚାୟତର ଉପର ସେମ୍ବି, ତଳସେମ୍ବି ଓ ନେଡିବାଲସା ଗ୍ରାମ ଗସ୍ତ କରିଥିଲେ। ସେମାନଙ୍କ ସହ ବିଏଲଓ, ଅଙ୍ଗନୱାଡ଼ି କର୍ମୀ, ବିଇଓ ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିବା କୁହାଯାଉଛି। ଅଧିକାରୀମାନେ ଘରକୁ ଘର ଯାଇ ପୂର୍ବରୁ ସଂଗ୍ରହ କରାଯାଇଥିବା ଜନଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ସମାପ୍ତ ହୋଇଥିବା ନେଇ ଯାଞ୍ଚ କରିଥିବା ସୂଚନା ମିଳିଛି।
ସେପଟେ କିନ୍ତୁ କୋଟିଆରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶତ ପ୍ରତିଶତ ଜନଗଣନା ଏବଂ SIR ସର୍ଭେ ସମ୍ପୂର୍ଣ୍ଣ ହୋଇଛି । ଆନ୍ଧ୍ର ଅଧିକାରୀ ପୁଣି ପହଁଚି ଜନଗଣନା ଫର୍ମ ପୂରଣ କରିବା ପରେ କୋଟିଆ ବାସୀ ଦ୍ଵନ୍ଦରେ ରହିଥିବା ଜଣାପଡିଛି ।
ଆନ୍ଧ୍ରପ୍ରଦେଶ ପକ୍ଷରୁ ଏଭଳି କାର୍ଯ୍ୟକଳାପ ପୁଣିଥରେ ସୀମା ବିବାଦକୁ ଉସୁକାଇଛି।
Comments are closed.