Latest Odisha News

BREAKING NEWS

ଗଞ୍ଜାମରୁ ଜବତ ହେଲା ଆନ୍ଧ୍ର ଟ୍ରଲର; ୮ ମତ୍ସ୍ୟଜୀବୀ ଅଟକ

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ଏକ ମାଛଧରା ଟ୍ରଲରକୁ ସୋମବାର ଦିନ ଋଷିକୂଲ୍ୟା କୂଳ ନିକଟରୁ ଜବତ କରାଯାଇଛି । ଏହାସହ ମାଛ ଧରିବା ଉପରେ ଲାଗିଥିବା ନିସିଦ୍ଧାଦେଶକୁ ଉଲଂଘନ କରିଥିବା ଅଭିଯୋଗରେ ଜଙ୍ଗଲ ଅଧିକାରୀଙ୍କ ଦ୍ୱାରା ୮ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ମଧ୍ୟ ରଖାଯାଇଛି।

ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଦେଇଥିବା ତଥ୍ୟ ଅନୁଯାୟୀ, ଆନ୍ଧ୍ରର ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ବେଳେ ଜଙ୍ଗଲ ଅଧିକାରୀମାନେ ସେମାନଙ୍କୁ ଧରିଥିଲେ।

ଅଲିଭ୍ ରିଡଲେ କଇଁଛମାନଙ୍କ ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଜବତ ଟ୍ରଲର, ସାମୁଦ୍ରିକ ଦ୍ରବ୍ୟ ତଥା ଅଭିଯୁକ୍ତଙ୍କୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ଉପରେ OMFRA ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ କହିଛନ୍ତି।

Comments are closed.