Latest Odisha News

BREAKING NEWS

ବିଜୟ ମହାନ୍ତିଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତା ବିଜୟ ମହାନ୍ତିଙ୍କର ସୋମବାର ସନ୍ଧ୍ୟାରେ ନିଧନ ଘଟିଛି । ତାଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, “ବିଜୟଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ ଘଟିଲା । ଦୀର୍ଘ ବର୍ଷ ଧରି ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରି ଓଡିଆ ଚଳଚିତ୍ର ପ୍ରେମୀଙ୍କ ହୃଦୟରେ ସେ ରାଜ କରି ଆସୁଥିଲେ ଏବଂ ଆଗାମୀ ଦିନରର ମଧ୍ୟ ନିଜର ଚଳଚ୍ଚିତ୍ର ଯୋଗୁଁ ସେ ଲୋକଙ୍କ ହୃଦୟରେ ସାରା ଜୀବନ ରହିବେ ।

ସେ ଅଭିନୟର ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରି ନିଜକୁ ପ୍ରତିଷ୍ଠା କରି ପାରିଥିଲେ ଓ ଜାତୀୟ ତଥା ରାଜ୍ୟ ସ୍ତରୀୟ ଅନେକ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି । ସେ କେବଳ ଅଭିନୟରେ ସୀମିତ ନଥିଲେ ନିର୍ଦେଶନା ସହିତ ଉତ୍କଳ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟ କରି ଅନେକ ଅଭିନେତା ସେ ତିଆରି କରିଛନ୍ତି ।

ଏହି ଦୁଃଖଦ ମୁହୂର୍ତ୍ତରେ ମହାପ୍ରଭୁଙ୍କ ପାଖରେ ପାର୍ଥନା, ପ୍ରଭୁ ତାଙ୍କର ସ୍ବର୍ଗତ ଆତ୍ମାକୁ ସଦଗଦି ଦିଅନ୍ତୁ ଓ ତାଙ୍କ ପରିବାର ବର୍ଗଙ୍କୁ ଏ ଦୁଃଖ ସହ୍ୟ କରିବାକୁ ଧୌର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ” ବୋଲି ରାଜ୍ୟପାଳ ହରିଚନ୍ଦନ ଏକ ଶୋକ ବାର୍ତ୍ତାରେ ଜଣାଇଛନ୍ତି ।

Leave A Reply

Your email address will not be published.