Latest Odisha News

BREAKING NEWS

କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ନିଜଆଡୁ ସୂଚନା ଦେବାକୁ ବିଏମସିର ଅନୁରୋଧ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ବିଗିଡିବାରେ ଲାଗିଛି । ଏଥିରେ ରୋକ ଲଗାଇବା ପାଇଁ ବିଭିନ୍ନ ବାଟ ଆପଣାଉଛି ବିଏମସି ।

ବିଏମସିର ନୂତନ ସୂଚନା ଅନୁଯାୟୀ,କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯଦି କେହି ଲୋକ ଆସୁଛନ୍ତି, ତେବେ ସେ ନିଜେ ନିଜର ସୂଚନା ସ୍ଥାନୀୟ ଲୋକ ବିଏମ୍‌ସିର ଜୋନ୍‌ ଅଫିସ୍‌, ସର୍ଭେଲାନ୍ସ ଟିମ୍‌କୁ ଦେବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି।

ଜଣେ ଆକ୍ରାନ୍ତ ଚିହ୍ନଟ ହେଲେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହେଉଛି। ଏହାର ଏକ ଡାଟାବେସ୍‌ ମଧ୍ୟ ବିଏମ୍‌ସିରେ ପ୍ରସ୍ତୁତ ହୋ‌ଇଛି। କରୋନା ସଂକ୍ରମଣକୁ ରୋକିବାରେ ଏହି କଣ୍ଟାକ୍ଟ ଟ୍ରେସିଂ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତେଣୁ ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସୂଚନା ଦେବେ, ସେମାନଙ୍କର ନାମ ଗୋପନ ରଖାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ବିଏମ୍‌ସିର କଣ୍ଟାକ୍ଟ ଟ୍ରେସିଂ ଡେସ୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.